Posted inଜାତୀୟ

ଆଚରଣ ବିଧି ୧୯୬୦ରୁ ଆରମ୍ଭ

ନୂଆଦିଲ୍ଲୀ,୧୭ା୩ଭାରତର ନିର୍ବାଚନ ଆୟୁକ୍ତ (ଇସିଆଇ) ଶନିବାର ଅପରାହ୍ନ ୩ଟାରେ ଲୋକ ସଭା ଓ ୪ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ତତ୍କାଳ ସାରା ଦେଶରେ ଆଦର୍ଶ ଆଚରଣ ବିଧି (ଏମ୍‌ସିସି) ଲାଗୁ ହୋଇଛି। ଏହି ଆଚରଣ ବିଧି ପ୍ରଥମେ ୧୯୬୦ରେ କେରଳ ବିଧାନସଭା ନିର୍ବାଚନ ବେଳେ ଲାଗୁହୋଇଥିଲା। ରାଜନୈତିକ ଦଳଗୁଡ଼ିକର ଆଚରଣ କିପରି ରହିବା ଉଚିତ ସେନେଇ ପ୍ରଶାସନ ପକ୍ଷରୁ ନୀତି ନିର୍ଦ୍ଧାରଣ କରାଯାଇଥିଲା।
ଇସିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୬୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି କୋଡ୍‌ରେ ପରିବର୍ତ୍ତନ ଅଣାଯିବା ପରେ ବର୍ତ୍ତମାନର ଆଦର୍ଶ ଆଚରଣ ବିଧି ଏକ ବିଧିବଦ୍ଧ ରୂପ ନେଇଛି। ୧୯୬୦ରେ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏମ୍‌ସିସି ଲାଗୁ ହୋଇଥିବା ଇସିଆଇଙ୍କ ପକ୍ଷରୁ ପ୍ରକାଶିତ ‘ଲିପ୍‌ ଅଫ୍‌ ଫେଥ୍‌’ ଶୀର୍ଷକ ଏକ ପୁସ୍ତକରେ ପ୍ରକାଶ କରାଯାଇଛି। ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ଆୟୁକ୍ତଙ୍କ ଯାତ୍ରା ସମ୍ପର୍କରେ ଏଥିରେ ବିଶଦ ଭାବେ ଉଲ୍ଲେଖ କରାଯାଇଛି। ୧୯୬୮-୬୯ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ସମୟରେ ୧୯୬୮ ସେପ୍ଟେମ୍ବର ୨୬ରେ ‘ମିନିମମ୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ’ ବା ‘ସର୍ବନିମ୍ନ ଆଚରଣ ବିଧି’ ଶୀର୍ଷକରେ ଇସିଆଇ ପ୍ରଥମ ଥର ପାଇଁ ଏମ୍‌ସିସି ଜାରି କରିଥିଲେ। ପରେ ୧୯୭୯, ୧୯୮୨, ୧୯୯୧ ଏବଂ ୨୦୧୩ରେ ଆଚରଣ ବିଧିର ସଂଶୋଧନ ହୋଇଥିଲା। ସେହି ସମୟରେ ନିର୍ବାଚନ କମିଶନ ‘ରୋଲ୍‌ ଆଣ୍ଡ୍‌ ରେସ୍‌ପନ୍ସିବିଲିଟିଜ୍‌ ଅଫ୍‌ ପଲିଟିକାଲ ପାର୍ଟିଜ୍‌ ଡ୍ୟୁରିଂ ଇଲେକ୍ସନ୍ସ: ଆନ୍‌ ଅପିଲ୍‌ ଟୁ ପଲିଟିକାଲ ପାର୍ଟିଜ୍‌ ଫର୍‌ ଦି ଅବଜର୍ଭେନ୍ସ ଅଫ୍‌ ମିନିମମ୍‌୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ ଡ୍ୟୁରିଂ ଇଲେକ୍ସନ୍‌ ପ୍ରୋପାଗଣ୍ଡା ଆଣ୍ଡ୍‌ କ୍ୟାମ୍ପେନ୍‌’ ଶୀଷର୍କ ଏକ ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଆଚରଣ ମାନ ନିର୍ଦ୍ଧାରଣ ପାଇଁ ଏହା କରାଯାଇଥିଲା।
୧୯୭୯ରେ ରାଜନୈତିକ ଦଳଗୁଡ଼ିକୁ ନେଇ ଅନୁଷ୍ଠିତ ଏକ ସମ୍ମିଳନୀରେ ଶାସକ ଦଳଗୁଡ଼ିକର ଆଚରଣ ଉପରେ ନଜର ରଖିବା ପାଇଁ ସମସ୍ତେ ରାଜି ହୋଇଥିଲେ।
ଏଥିସହ କ୍ଷମତସୀନ ଦଳକୁ ନିଜ ଶକ୍ତିର ଦୁରୁପଯୋଗଜନିତ ସୁବିଧା ହାସଲରୁ କ୍ଷାନ୍ତ କରିବା ସକାଶେ ବ୍ୟବସ୍ଥାକୁ ବ୍ୟାପକ କରାଯାଇଥିଲା।
୨୦୧୩ରେ ଏକ ସଂସଦୀୟ କମିଟି ବୈଠକରେ ଏମ୍‌ସିସିକୁ ଆଇନଗତ ସମର୍ଥନ ଦେବା ପାଇଁ ସୁପାରିସ କରାଯାଇଥିଲା। ଇସିଆଇଙ୍କୁ ନିଜ ସମ୍ପୂର୍ଣ୍ଣ କ୍ଷମତା ପ୍ରୟୋଗ ଲାଗି ଏଥିରେ ପ୍ରସ୍ତାବ ରହିଥିଲା। ପୂର୍ବତନ ସିଇସି ଏସ୍‌.ଓ୍ବାଇ. କୁରେଶୀ ଏମ୍‌ସିସି ଉପରେ ଆଇନ ଆଣିବା ପ୍ରସ୍ତାବର ଜଣେ ବଡ଼ ସମର୍ଥକ। ସେ ତାଙ୍କ କାର୍ଯ୍ୟକାଳ ସମୟରେ ଉଲ୍ଲଂଘନକାରୀ ନେତାଙ୍କୁ ଦଣ୍ଡିତ କରିବା ସକାଶେ କଠୋର ଆଇନ ପ୍ରଣୟନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଗତ ଲୋକ ସଭା ନିର୍ବାଚନ ତାରିଖ ୨୦୧୯ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ଏପ୍ରିଲ ୧୧ରୁ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମେ’ ୨୩ରେ ଭୋଟ ଗଣତି କରାଯାଇଥିଲା।

ଏମ୍‌ସିସି କ’ଣ…
ଏମ୍‌ସିସି ହେଉଛି ନିର୍ବାଚନ ସମୟରେ ସବୁ ପକ୍ଷଙ୍କ ସହମତିରେ କରାଯାଉଥିବା ଏକ ରାଜିନାମା। ପ୍ରଚାର, ମତଦାନ ଓ ଭୋଟ ଗଣତିକୁ ବ୍ୟବସ୍ଥିତ ଢଙ୍ଗରେ, ସ୍ବଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ କରାଯିବା ଏହାର ଲକ୍ଷ୍ୟ। ଏଥିଲାଗି କ୍ଷମତାରେ ଥିବା ଦଳ ପକ୍ଷରୁ ନିର୍ବାଚନ ସମୟରେ ସରକାରୀ କଳ ଓ ଅର୍ଥର ଦୁରୁପଯୋଗକୁ ରୋକାଯାଇଥାଏ। କିନ୍ତୁ ଏହା ପ୍ରତି କୌଣସି ସାମ୍ବିଧାନିକ ସମର୍ଥନ ନାହିଁ। ଏହା ସତ୍ତ୍ୱେ ସୁପ୍ରିମକୋର୍ଟ ଅନେକ ଥର ଏମ୍‌ସିସିର ପବିତ୍ରତା ରକ୍ଷା କରିଆସିଛନ୍ତି। ଆଚରଣ ବିଧିର କୌଣସି ପ୍ରକାର ଉଲ୍ଲଂଘନ ହେଲେ ତାହା ଉପରେ ତଦନ୍ତ କରାଯାଇ ଦଣ୍ଡିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ରୂପେ ଅଧିକୃତ। ଏମ୍‌ସିସି ଲାଗୁହେବା ପରେ ମନ୍ତ୍ରୀ ବା ସରକାରୀ କର୍ତ୍ତୃପକ୍ଷ କୌଣସି ପ୍ରକାର ଆର୍ଥିକ ଅନୁଦାନ ଘୋଷଣା କରିପାରିବେ ନାହିଁ। ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ପ୍ରକଳ୍ପ ବା ଯୋଜନା ଘୋଷଣା କରାଯାଇପାରିବ ନାହିଁ। ପ୍ରଚାର ଉଦ୍ଦେଶ୍ୟରେ ସରକାରୀ କଳର ବ୍ୟବହାର ଉପରେ ରୋକ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri