କୋଡ ନାମ-ଚାଇନା ଟାଉନ, ଚାଇନା ହ୍ବାଇଟ! ଚାଇନାର ଏହି ଡ୍ରଗ୍ସରେ ଆମେରିକାରେ ଗଲା ୭୦ ହଜାର ଲୋକଙ୍କ ଜୀବନ

ଓ୍ବାଶିଂଟନ,୧୮।୧୧: ଫେଣ୍ଟାନିଲ ନାମକ ଡ୍ରଗ୍ସ ଉତ୍ପାଦନ ବନ୍ଦ କରିବାକୁ ଚାଇନା ପଦକ୍ଷେପ ନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ଫେଣ୍ଟାନିଲ ହେଉଛି ଏକ ସିନ୍ଥେଟିକ ଓପିଓଏଡ, ଯାହା ଗତ ବର୍ଷ ୭୦ହଜାର ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲା। ତଥ୍ୟ ଅନୁଯାୟୀ, କେବଳ ସାନ ଫ୍ରାନ୍ସିସ୍କୋରେ ଚଳିତ ବର୍ଷ ୬୧୯ ଓପିଓଏଡ ସମ୍ବନ୍ଧୀୟ ମୃତ୍ୟୁ ଘଟିଛି, ଯାହାର ଅଧିକାଂଶ ଅଂଶ ଫେଣ୍ଟାନିଲ ସହିତ ଜଡିତ। ଏହି ଡ୍ରଗ୍ସର କୋଡ ନାମ ହେଉଛି ‘ଚାଇନା ଟାଉନ, ଚାଇନା ହ୍ବାଇଟ’।

ସାନ ଫ୍ରାନ୍ସିସ୍କୋର ହେଡ ମେଡିକାଲ ଟେଷ୍ଟିଂ କାର୍ଯ୍ୟାଳୟ ଅନୁଯାୟୀ, କେବଳ ୨୦୨୨ରେ ଫେଣ୍ଟାନିଲ ଯୋଗୁଁ ୬୪୭ଜଣଙ୍କର ମୃତ୍ୟୁ ଘଟିଛି। ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସିନ୍ଥେଟିକ ଓପିଓଏଡ ଓଭରଡୋଜରୁ ପ୍ରତିବର୍ଷ ହଜାର ହଜାର ଲୋକଙ୍କର ମତ୍ୟୁ ହେଉଛି।
ଗୁରୁବାର (ନଭେମ୍ବର 1୬), ସାନ ଫ୍ରାନ୍ସିସ୍କୋରେ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀ (ଏପିଇସି) ପରିସରରେ ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ସେ ଚାଇନା ସହିତ ଉଚ୍ଚ ସ୍ତରୀୟ ସେନା ଆଲୋଚନା ଆରମ୍ଭ କରିବା ବିଷୟରେ କହିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ବନ୍ଧୀୟ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।

Share
Tags: Chaina Drugs