ନଡ଼ିଆ୍‌ ବର୍‌ଫି

ଆବଶ୍ୟକ ସାମଗ୍ରୀ
ପାଣି-୧କପ୍‌, ଚିନି-୧କପ୍‌, କୋରା ନଡ଼ିଆ-ଦେଢ଼ କପ୍‌, ଖୁଆ- ଅଧା ଚାମଚ, କଟା ବାଦାମ-୫ଟି, ଆଲ୍‌ମଣ୍ଡ-୬ଟି, ଗୁଜୁରାତି ଗୁଣ୍ଡ-୧ଚାମଚ, ଘିଅ-୧ଚାମଚ।
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଚିନି ପକାନ୍ତୁ। ପାଣି ଏବଂ ଚିନି ବହଳିଆ ହେବା ପର୍ଯ୍ୟନ୍ତ ଭଲ ଭାବେ ଘାଣ୍ଟନ୍ତୁ। ଏବେ ସେଥିରେ କୋରା ହୋଇ ପୂର୍ବରୁ ରଖା ଯାଇଥିବା ନଡ଼ିଆକୁ ପକାନ୍ତୁ ଏବଂ ନଡ଼ିଆର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ କିଛି ଖୁଆ ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିଶ୍ରଣକୁ ଘାଣ୍ଟନ୍ତୁ। ଅନ୍ୟ ଏକ ପାତ୍ର ବା ଟ୍ରେ ନେଇ ସେଥିରେ ଘିଅ ଲଗାନ୍ତୁ ଓ କଟା ହୋଇ ରଖାଯାଇଥିବା ବାଦାମ ଓ ଆଲ୍‌ମଣ୍ଡକୁ କାଟି ପୂର୍ବପ୍ରସ୍ତୁତ ମିଶ୍ରଣରେ ପକାନ୍ତୁ। ଏବେ ସେ ମିଶ୍ରଣକୁ ଟ୍ରେ’କୁ ବାହାର କରନ୍ତୁ ଓ ସେଟ୍‌ ହେବା ପାଇଁ ୧୫ ମିନିଟ୍‌ ଥଣ୍ଡା କରି ଦିଅନ୍ତୁ। ଏବେ ଥଣ୍ଡା ହୋଇସାରିଲା ପରେ ଆପଣ ଏହାକୁ ନିଜ ଇଚ୍ଛା ଅନୁସାରେ ଭିନ୍ନ ଭିନ୍ନ ଆକୃତିର କାଟି ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ନଡିଆ ବର୍‌ଫି।