ନିଲାମ ଧରୁନାହାନ୍ତି ବ୍ୟବସାୟୀ, ଶଢ଼ୁଛି ନଡ଼ିଆ

ଘଟଗାଁ,୧୧ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବାସିନୀ ମା’ ତାରିଣୀଙ୍କ ନିକଟକୁ ରାଜ୍ୟର ବିଭିନ୍ନ ଜିଲାରୁ ଦୈନିକ ହଜାର ହଜାର ମାନସିକ ନଡ଼ିଆ ଭକ୍ତ ପଠାଉଛନ୍ତି। ମାତ୍ର ଭକ୍ତଙ୍କ ଆଶା ବିଶ୍ୱାସ ଉପରେ କୁଠାରଘାତ କରାଯାଉଛି। ଏହା ଭୋଗ ନ ଲଗାଯାଇ ମନ୍ଦିର ପରିସରରେ ଥିବା ଗୋଦାମ ଗୃହରେ ପକାଇ ଦିଆଯାଉଛି। ଏଭଳି ଗୋଦାମରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ନଡ଼ିଆ ଜମା ହୋଇଥିବା ବେଳେ ନିଲାମ କରାଯାଇ ମା’ଙ୍କ ଉନ୍ନୟନ କାର୍ଯ୍ୟରେ ବି ଲଗାଯାଉନାହିଁ। ଗୋଦାମରେ ପଡ଼ି ପଡ଼ି ନଡ଼ିଆ ଶଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଦେବୋତ୍ତର ବିଭାଗ ଦାୟୀ ବୋଲି ଅଭିଯୋଗ ହେଉଛି। ନିଲାମଧାରୀ ବ୍ୟବସାୟୀଙ୍କୁ ହଇରାଣ କରାଯାଇଥିବା ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନ ହେବାରୁ କେହି ଟେଣ୍ଡରକୁ ଆସୁ ନ ଥିବା ପୂର୍ବ ଟେଣ୍ଡରଧାରୀ କହିଛନ୍ତି।
ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲାରେ ଥିବା ହୁଣ୍ଡିରୁ ଦୈନିକ ୧୦ରୁ ୧୫ ହଜାର ମାନସିକ ନଡ଼ିଆ ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ବସ୍‌ ଓ ସ୍ବତନ୍ତ୍ର ଗାଡ଼ି ଯୋଗେ ଘଟଗାଁକୁ ଆସିଥାଏ। ମାନସିକ ନଡ଼ିଆ ଭୋଗ ଲାଗିବା ପରେ ଟେଣ୍ଡର ଯୋଗେ ବାର୍ଷିକ ଟ୍ରଷ୍ଟ୍‌ ବୋର୍ଡ ବିକ୍ରି କରିଥାଏ। ଏଥିରୁ ଯେଉଁ ଆୟ ହୁଏ ତାହା ମନ୍ଦିର ଉନ୍ନୟନ କାମରେ ଲାଗିଥାଏ। ପରିଚାଳନା ବୋର୍ଡ ଏକ ବର୍ଷ ହେବ ଭାଙ୍ଗିଯାଇଥିବା ବେଳେ ଦେବୋତ୍ତର ବିଭାଗ ପରିଚାଳନା କରୁଛି। ଗତ ଏପ୍ରିଲରେ ମାନସିକ ନଡ଼ିଆ ବିକ୍ରି ପାଇଁ ବାର୍ଷିକ ଟେଣ୍ଡର ଆହ୍ବାନ କରି ୪.୬୦ ପଇସାରେ ଟେଣ୍ଡର ଡକାଯାଇଥିଲା। ଜିତେନ୍ଦ୍ର ଜେନା ନାମକ ବ୍ୟବସାୟୀ ୪.୬୫ ପଇସା ମୂଲ୍ୟରେ ଟେଣ୍ଡର ନେଇ ଚୁକ୍ତିନାମା କରିଥିଲେ। ସେ ଦୁଇମାସ ଭୋଗ ନଡ଼ିଆ କ୍ରୟ କରି ହଠାତ ଟେଣ୍ଡରରୁ ଓହରି ଯାଇଥିଲେ। ପରେ ମନ୍ଦିର ପ୍ରଶାସନ ୪.୬୫ ପଇସାରେ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ କେହି ଆଗ୍ରହ ପ୍ରକାଶ କରି ନ ଥିବା ବେଳେ ପୁନଶ୍ଚ ମୂଲ୍ୟକୁ ହ୍ରାସ କରି ୩.୭୬ ପଇସାରେ ଭୋଗ ନଡ଼ିଆ ବିକ୍ରି ପାଇଁ ୩ ଥର ଟେଣ୍ଡର ଆହ୍ବାନ କରିଥିଲେ। ତଥାପି ବ୍ୟବସାୟୀ ଟେଣ୍ଡରରେ ଭାଗ ନେଇ ନ ଥିଲେ। ମାନସିକ ନଡ଼ିଆ ଗଚ୍ଛିତ ପରିମାଣ ବୃଦ୍ଧି ପାଉଥିବାରୁ ଦେବୋତ୍ତର କମିଶନର, ଭୁବନେଶ୍ୱର ଏହାକୁ ଖୋଲା ନିଲାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟବସାୟୀ ଜିତେନ୍ଦ୍ର କହିଛନ୍ତି, ତାଙ୍କୁ ଜାଣିଶୁଣି ହଇରାଣ କରାଗଲା। ପୁରୁଣା ନିଲାମଧାରୀଙ୍କ କଥାରେ ଅଫିସ କର୍ମଚାରୀ ତାଙ୍କୁ ଅଧିକ ପଚା ନଡ଼ିଆ ଦେଲେ। ଏ ନେଇ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟରଙ୍କୁ ଲିଖିତ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ତେଣୁ ବାଧ୍ୟ ହୋଇ ନଡିଆ ଉଠାଇବାକୁ ମନାକରିଥିଲେ।
ସମ୍ପର୍କରେ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି କହିଛନ୍ତି, ଟେଣ୍ଡରରେ କେହି ବ୍ୟବସାୟୀ ଅଂଶଗ୍ରହଣ କରୁ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଦେବୋତ୍ତର କମିଶନର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୪.୬୦ ପଇସାରେ ଖୋଲା ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀଙ୍କୁ ହଇରାଣ କରାଯାଇନାହିଁ, ଲିଖିତ ଅଭିଯୋଗ କଥା ମନେ ପଡ଼ୁନାହିଁ, କିନ୍ତୁ କମ୍‌ ଅଭିଯୋଗ ପରେ ତାଙ୍କୁ ନଡ଼ିଆ ଦିଆଯାଇଥିଲା। ସେ ଟାର୍ଗେଟ ଅନୁସାରେ ନଡ଼ିଆ ଉଠାଇ ପାରିଲେନି ତେଣୁ ଛାଡ଼ିଦେଲେ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri