Posted inଜାତୀୟ

ଆଜି ଦିଲ୍ଲୀରେ ଗର୍ଜିବ କକ୍‌ରୋଚ୍‌ ଜନତା ପାର୍ଟି: ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ,୬ା୬:କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ‘x’ରେ ଶୁକ୍ରବାର ସୂଚନା ଦିଆଯାଇଛି। ଦଳର ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ ଆମେରିକାରୁ ଆସି ଶନିବାର ସକାଳ ୮ଟାରେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇ ବିକ୍ଷୋଭ ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏନ୍‌ଇଇଟି, ସିବିଏସ୍‌ଇ, ସିୟୁଇଟି ଏବଂ ଏସ୍‌ଏସ୍‌ସି ଗ୍ରୁପ୍‌-ଡି’ ଆଦି ଜାତୀୟସ୍ତର ପରୀକ୍ଷାରେ ହୋଇଥିବା ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଏବଂ ପରିଚାଳନାଗତ ତ୍ରୁଟି ବିରୋଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ କରାଯିବ ବୋଲି ଦଳର ଜଣେ ପ୍ରବକ୍ତା କହିଛନ୍ତି। ଏହି ସମାବେଶ ପାଇଁ ସୂଚୀ ଏବଂ ନିର୍ଦ୍ଦେଶାବଳୀ ସିଜେପି ଦ୍ୱାରା ଜାରି କରାଯାଇଛି। ସାଧାରଣ ଜନତାଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ବିମାନବନ୍ଦରରେ ଏକାଠି ନ ହେବାକୁ ଦଳ ପକ୍ଷରୁ ସମର୍ଥକମାନଙ୍କୁ ସ୍ପଷ୍ଟ ଭାବେ ଅନୁରୋଧ କରାଯାଇଛି। ସକାଳ ୯ଟାରେ ଆନ୍ଦୋଳନକାରୀ ଏବଂ ସମର୍ଥକମାନେ ପାର୍ଲାମେଣ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନ ନିକଟରେ ଏକାଠି ହେବେ। ଏଥିରେ ଜଣାଶୁଣା ପରିବେଶ କର୍ମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ୍‌ ଏବଂ ଅଭିନେତା ପ୍ରକାଶ ରାଜ୍‌ ଯୋଗଦେବାର ସମ୍ଭାବନା ରହିଛି। ଆନ୍ଦୋଳନକୁ ଅହିଂସାତ୍ମକ କରିବା ପାଇଁ ସିଜେପି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ କଡ଼ା ଆଚରଣ ବିଧି ଜାରି କରିଛି। ଶିକ୍ଷା ଅଧିକାର ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇବା ସକାଶେ ସମର୍ଥକମାନଙ୍କୁ ଜାତୀୟ ପତାକା (ତ୍ରିରଙ୍ଗା) ଏବଂ ଏକ ବହି ସାଙ୍ଗରେ ଆଣିବାକୁ କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ମମତାଙ୍କ ଟେନ୍‌ସନ୍‌ ବଢିଲା: ଘରେ ଡାକିଥିଲେ ବୈଠକ, ଯୋଗଦେଲେ ମାତ୍ର…

କୋଲକାତା,୬ା୬:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମମତା ବାନାର୍ଜୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପୂର୍ବରୁ ସେ ଡାକିଥିବା ଏକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri