Posted inଜାତୀୟ

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ; ଅଭିଜିତ ଦୀପକେଙ୍କୁ ମିଳିଲା ବଡ଼ ପଦ

ନୂଆଦିଲ୍ଲୀ, ୭।୮: କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ ଘରେ ଦୁଇ ଦିନ ଧରି ଚାଲିଥିବା ବୈଠକରେ କାର୍ଯ୍ୟକାରିଣୀ ଗଠନ କରାଯିବା ସହ ଏହାର ସଦସ୍ୟମାନଙ୍କ ନାମ ଏବଂ ସେମାନଙ୍କ ଦାୟିତ୍ୱ ଘୋଷଣା କରାଯାଇଛି।

ବୈଠକ ଶେଷ ହେବା ପରେ ଏକ ଖବରଦାତା ସମ୍ମିଳନୀ ଡକାଯାଇ ଘୋଷଣା କରାଯାଇଥିଲା ଯେ, ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦଳର ଜାତୀୟ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି, CJPର ମୁଖ୍ୟ ପ୍ରବକ୍ତା ସୌରଭ ଦାସ ଏବଂ ପ୍ରବକ୍ତା ଆଶୁତୋଷ ରାଙ୍କା ଦଳର ସଂଗଠନର ସହ-ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ।

କାର୍ଯ୍ୟକାରିଣୀ ଗଠନ ହେବା ପରେ ଅଭିଜିତ ଦୀପକେ ଘୋଷଣା କରିଛନ୍ତି ଯେ, କକରୋଚ ଜନତା ପାର୍ଟିକୁ ଏବେ ତୁରନ୍ତ ଏକ ରାଜନୈତିକ ଦଳରେ ପରିଣତ କରାଯିବ ନାହିଁ। ବରଂ ଏହି ମଞ୍ଚ ମାଧ୍ୟମରେ ତୃଣମୂଳ ସ୍ତରରେ କାମ କରାଯିବ। ଆସନ୍ତା ୬ ମାସ ମଧ୍ୟରେ ସମଗ୍ର ଭାରତରେ ଷ୍ଟେଟ କୋ-ଅର୍ଡିନେସନ କମିଟି ଗଠନ କରାଯିବ।

ୱେବସାଇଟ ମାଧ୍ୟମରେ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ଛାତ୍ରୀଛାତ୍ର, ଯୁବପିଢ଼ି, ପ୍ରଫେସନାଲ ଏବଂ ଶ୍ରମିକମାନଙ୍କୁ ଏକଜୁଟ କରି ଦଳ ସହ ଯୋଡ଼ାଯିବ।

ପାର୍ଟିର କର୍ମୀମାନେ କକରୋଚ ଜନତା ପାର୍ଟିକୁ ଏକ ରାଜନୈତିକ ଦଳ ଭାବେ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଦଳ ତୃଣମୂଳ ସ୍ତରରେ ହିଁ କାମ କରିବ। ଜନମତ ସଂଗ୍ରହ କରିବା ପରେ ହିଁ ରାଜନୀତିରେ ପ୍ରବେଶ କରାଯିବ ବୋଲି ଅଭିଜିତ ଦୀପକେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କକରୋଚ ଜନତା ପାର୍ଟି (CJP)ରେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ପରେ ଅଜିଙ୍କ୍ୟ ଶିନ୍ଦେ (୩୫)ଙ୍କୁ ଜାତୀୟ ସଂଗଠନ ପ୍ରଭାରୀ ଏବଂ ଦୀପକ ବାଲିୟାନ (୨୬)ଙ୍କୁ ସଂଗଠନର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

ଅନ୍ୟ ପଦାଧିକାରୀମାନଙ୍କ ମଧ୍ୟରେ ଆଫରିନ ନୱାଜ (୩୪) ଜାତୀୟ ସଚିବ, ବିଜୟ ରେଡ୍ଡୀ ମଲ୍ଲାଙ୍ଗି (୩୦) ମିଡିଆ ପ୍ରମୁଖ, ରତ୍ନା ସିଂହ (୩୧) ଆଇନଗତ ମାମଲାର ପ୍ରମୁଖ, ବୈଷ୍ଣବୀ ଗୌଡ଼ (୨୯) ରିସର୍ଚ୍ଚ ଆଣ୍ଡ ପଲିସି ଚିଫ, ରୋହନ ଦେଶପାଣ୍ଡେ (୩୧) ଟେକ୍ନୋଲୋଜି ଚିଫ ଏବଂ ଯୋଗେଶ ଇଙ୍ଗଲେ (୩୩) ଫାଇନାନ୍ସ ଚିଫ ଭାବେ ଦାୟିତ୍ୱ ତୁଲାଇବେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri