ହ୍ବାଇଟ ହାଉସରୁ ମିଳିଲା କୋକିନ…

ଓ୍ବାଶିଂଟନ,୫।୭ : ଆମେରିକାର ହ୍ବାଇଟ ହାଉସରେ ଉତ୍ତେଜନା ଦେଖାଦେଇଛି। ସିକ୍ରେଟ ସର୍ଭିସ ଅଧିକାରୀଙ୍କ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ ଧଳା ପାଉଡର ମିଳିଥିଲା। ଅଧିକାରୀମାନେ ଶୀଘ୍ର କୋଠା ବନ୍ଦ କରି ତଦନ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଏହି ପାଉଡର ହେଉଛି କୋକେନ। ଏହି ସବୁ ଘଟଣା ହ୍ବାଇଟ ହାଉସରେ ଘଟିଥିବା, ସମୟରେ ରାଷ୍‌ଔ୍ରପତି ଜୋ ବାଇଡେନ ସେଠାରେ ଉପସ୍ଥିତ ନ ଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ ୱେଷ୍ଟ ୱିଙ୍ଗରେ ଏହି ପାଉଡର ମିଳିଥିଲା, କିନ୍ତୁ ଅଧିକ ବିବରଣୀ ଦିଆଯାଇ ନାହିଁ। ବାଇଡେନ ରହୁଥିବା କାର୍ଯ୍ୟନିର୍ବାହୀ ମହଲ ସହିତ ୱେଷ୍ଟ ୱିଙ୍ଗ ସଂଯୁକ୍ତ। ଏଥିରେ ଓଭାଲ ଅଫିସ, କ୍ୟାବିନେଟ ରୁମ ଏବଂ ପ୍ରେସ ଏରିଆ, ଏବଂ ରାଷ୍ଟ୍ରପତିଙ୍କ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟ ଏବଂ କାର୍ଯ୍ୟକ୍ଷେତ୍ର ରହିଛି। ପଶ୍ଚିମ ୱିଙ୍ଗରେ ନିୟମିତ ଭାବେ ଶହ ଶହ ଲୋକ କାମ କରନ୍ତି କିମ୍ବା ପରିଦର୍ଶନ କରିଥାନ୍ତି ।

ସିକ୍ରେଟ ସର୍ଭିସ ଅଧିକାରୀ ମଙ୍ଗଳବାର କହିଛନ୍ତି ରବିବାର ଦିନ ୱେଷ୍ଟ ୱିଙ୍ଗ ଭିତରୁ ଏକ ଅଜ୍ଞାତ ବସ୍ତୁ ମିଳିଥିଲା ଯାହା ଦ୍ୱାରା ହ୍ବାଇଟ ହାଉସ କମ୍ପ୍ଲେକ୍ସକୁ ସାମୟିକ ଭାବେ ବନ୍ଦ କରିବାକୁ କୁହାଯାଇଥିଲା। ପରେ ଏହି ଜିନିଷ ପରୀକ୍ଷା କରାଯାଇଥିଲା, ଯାହାକୁ କୋକେନ ବୋଲି ଚିହ୍ନଟ କରାଯାଇଥିଲା ୍‌।

ଜଣେ ଅଧିକାରୀ କହିଛନ୍ତି ଏହା ବିପଜ୍ଜନକ ଜିନିଷ କି ନାହିଁ ତାହା ଜାଣିବା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ଡକାଯାଇଥିଲା। ସେ କହିଛନ୍ତି ଏହି ଧଳା ପାଉଡର କିପରି ହ୍ବାଇଟ ହାଉସକୁ ଆସିଲା ତାହା ଅନୁସନ୍ଧାନ କରାଯାଉଛି।

Share