ତଟ ସୁରକ୍ଷାରେ ଅତ୍ୟାଧୁନିକ ହେଲିକପ୍ଟର ସାମିଲ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ପକ୍ଷରୁ ରବିବାର ପ୍ରଥମ ଆଇସିଜି ଆଡ୍‌ଭାନ୍ସଡ୍‌ ଲାଇଟ୍‌ ହେଲିକପ୍ଟର(ଏଏଲ୍‌ଏଚ୍‌) ଏମ୍‌କେ-୩ର ‘୮୩୦ ସ୍କ୍ବାଡ୍ରନ(ସିଜି)’ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦରସ୍ଥିତ ଆଇସିଜି ଏୟାର ଏନ୍‌କ୍ଲେଭ୍‌ଠାରେ ଆଇସିଜି ମହାନିର୍ଦ୍ଦେଶକ ଭିଏସ୍‌ ପଠାନିଆ, ପିଟିଏମ୍‌, ଟିଏମ୍‌ ଏହାକୁ ଲୋକାର୍ପଣ କରିବା ସହ ବିଧିବଦ୍ଧ ଭାବେ ତଟରକ୍ଷୀ ବାହିନୀରେ ସାମିଲ କରିଛନ୍ତି। ଏହି ସ୍କ୍ବାଡ୍ରନ୍‌ ଦୀର୍ଘ ସାମୁଦ୍ରିକ ସୀମା ନିରୀକ୍ଷଣ ସହ ଉଦ୍ଧାର କାର୍ଯ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। କମାଣ୍ଡାଣ୍ଟ ଅନୁରୂପ ସିଂ, ଟିଏମ୍‌, ‘୮୩୦ ସ୍କ୍ବାଡ୍ରନ(ସିଜି)’ର କମାଣ୍ଡିଂ ଅଫିସର ଥିବାବେଳେ ପରିଚାଳନା ପାଇଁ ୧୧ଜଣ ଅଧିକାରୀ ଓ ୪୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି।
ଏଏଲ୍‌ଏଚ୍‌ ଏମ୍‌କେ-୩ ହେଲିକପ୍ଟରଗୁଡ଼ିକରେ ଶକ୍ତିଶାଳୀ ଇଞ୍ଜିନ୍‌, ଉଚ୍ଚ-ତୀବ୍ରତା ସର୍ଚ୍ଚ ଲାଇଟ୍‌, ଟ୍ରାଫିକ୍‌ ଆଲର୍ଟ, ସ୍ବୟଂଚାଳିତ ଉଡ଼ାଣ ନିୟନ୍ତ୍ରଣ ଆଦି ସୁବିଧା ରହିଛି। ଏହାଛଡ଼ା ଫୁଲ୍‌ ଗ୍ଲାସ୍‌ କକ୍‌ପିଟ୍‌, କଲିଜନ୍‌ ଆଭଏଡାନ୍ସ ସିଷ୍ଟମ୍‌, ଆଡ୍‌ଭାନ୍ସଡ କମ୍ୟୁନିକେଶନ ସିଷ୍ଟମ, ଅଟୋମେଟିକ୍‌ ଆଇଡେଣ୍ଟିଫିକେଶନ ସିଷ୍ଟମ, ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ ହୋମ୍‌ର ମଧ୍ୟ ବ୍ୟବସ୍ଥା ରହିଛି। ଏଥିରେ ଥିବା ଆଧୁନିକ ନିରୀକ୍ଷଣ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍‌ ଯନ୍ତ୍ରପାତି ଦିନରାତି ଦୀର୍ଘ ଦୂରତା ପର୍ଯ୍ୟନ୍ତ ନିରୀକ୍ଷଣ ସହ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବ। ସେହିଭଳି ମେଡିକାଲ ଇଭାକ୍ୟୁଏଶନ ସମୟରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ମେଡିକାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ ରହିଛି। ୧୬ଟି ଏଏଲ୍‌ଏଚ୍‌ ଏମ୍‌କେ ୩ ହେଲିକପ୍ଟର ମଧ୍ୟରୁ ୧ ୨ଟି ପର୍ଯ୍ୟାୟକ୍ରମେ ଇଣ୍ଡିଆନ୍‌ କୋଷ୍ଟଗାର୍ଡରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ୪ଟି ବିମାନ ଭୁବନେଶ୍ୱରରେ ରହିଛି, ଯାହାକି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ତଦାରଖ ପାଇଁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri