କୋଇଲା ବୋଝେଇ ଟ୍ରକ୍‌ ଜବତ

ଭଣ୍ଡାରିପୋଖରୀ, ୬।୧୧ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିବା ବେଳେ ଛତାବର ଟୋଲ୍‌ଗେଟ ନିକଟରୁ କୋଇଲା ଟ୍ରକ୍‌କୁ ଜବତ କରାଯାଇଥିଲା। ଟ୍ରକ୍‌ଟି କଟକ ପଟୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଟୋଲ୍‌ଗେଟ ନିକଟରେ ପୋଲିସ ଅଟକ ରଖିଥିଲା। କାଗଜପତ୍ର ଯାଞ୍ଚ ବେଳେ ଏଥିରେ ବେଆଇନ କୋଇଲା ପରିବହନ ହେଉଥିବା ଜଣାପଡ଼ିବା ପରେ ପୋଲିସ ଗାଡ଼ିଟିକୁ ଜବତ କରିଥିଲା। ଏହାସହ ଟ୍ରକ୍‌ ଚାଳକ ଭଦ୍ରକ ମିର୍ଜାପୁରର ଏସ୍‌.କେ. ରିୟାଉଦ୍ଦିନ ଓ ହେଲ୍‌ପରଙ୍କୁ ଗିରଫ କରାଯାଇଛି।