ରେକର୍ଡ ପରିମାଣରେ କୋଇଲା ପରିବହନ

ଭୁବନେଶ୍ୱର, ୨୧।୧୦: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ (ଅର୍ଦ୍ଧବାର୍ଷିକ) ମଧ୍ୟରେ କୋଇଲା ମନ୍ତ୍ରଣାଳୟ ରେକର୍ଡ ପରିମାଣର କୋଇଲା ପରିବହନ କରିଛି। ଏପରିକି ୨୦୨୩ ଅକ୍ଟୋବର ୧୭ ସୁଦ୍ଧା ମନ୍ତ୍ରଣାଳୟ ପ୍ରାୟ ୫୦୦ ମିଲିୟନ ଟନ (ଏମ୍‌ଟି) କୋଇଲା ପଠାଇବା (ପରିବହନ) ରେ ସକ୍ଷମ ହୋଇଛି। ଅପରପକ୍ଷରେ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ମନ୍ତ୍ରଣାଳୟ ଉଲ୍ଲେଖନୀୟ ସଫଳତା ମୌସୁମୀ ଋତୁ ସତ୍ତ୍ବେ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨୦୦ ଦିନ ମଧ୍ୟରେ ୫୦୦ ଏମ୍‌ଟି କୋଇଲା ପରିବହନ କରିବା ଏକ ଉଲ୍ଲେଖନୀୟ ସଫଳତା । ସେହିଭଳି ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ମଧ୍ୟ ଉତ୍ପାଦନ ଏବଂ ପରିବହନ (ପଠାଇବା) ହାର ସାଧାରଣତଃ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ ରହିଥାଏ। ତେଣୁ ଚଳିତ ଆର୍ଥିକ ବର୍ଷରେ କୋଇଲା ପରିବହନ (ପ୍ରେରଣ) ୧ ବିଲିୟନ ଟନ୍‌ରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଉଛି। ଗତ ଆର୍ଥିକ ବର୍ଷରେ ମନ୍ତ୍ରଣାଳୟ ନୂତନ ମାଇଲଖୁଣ୍ଟ ହାସଲ କରିଥିଲା। ଏପରିକି ୨୦୨୨ ନଭେମ୍ବର ୯ ସୁଦ୍ଧା ମନ୍ତ୍ରଣାଳୟ ୫୦୦ ଏମ୍‌ଟି କୋଇଲା ପରିବହନ (ପଠାଇବା)ର ବିରଳ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହ ଚଳିତ ଆର୍ଥିକ ବର୍ଷର ୫୦୦ ଏମ୍‌ଟି ପରିବହନ (ପଠାଇବା) ଲକ୍ଷ୍ୟ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି। ଏହା ମଧ୍ୟ ଧ୍ୟାନଦେବା ଆବଶ୍ୟକ ଯେ ୫୦୦ ମେଟ୍ରିକ ଟନ କୋଇଲାରେ ୪୧୬.୫୭ ମେଟ୍ରିକ ଟନ୍‌ କୋଇଲା ବିଦ୍ୟୁତ୍‌ କ୍ଷେତ୍ର ପାଇଁ ଏବଂ ୮୪.୭୭ ମେଟ୍ରିକ ଟନ୍‌ ଅଣ-ନିୟାମକ କ୍ଷେତ୍ର ପାଇଁ ପରିବହନ କରାଯାଇଛିି। ବିଶେଷକରି ବିଦ୍ୟୁତ୍‌ କ୍ଷେତ୍ରରେ କୋଇଲା ପରିବହନର ବୃଦ୍ଧି ହାର ବାର୍ଷିକ ୭%ରୁ ଅଧିକ (ବର୍ଷ ପରେ ବର୍ଷ ୭.୨୭%) ରହିଥିଲାବେଳେ ଅଣ-ନିୟାମକ କ୍ଷେତ୍ରରେ ମଧ୍ୟ ବାର୍ଷିକ ୩୮% (ବର୍ଷ ପରେ ବର୍ଷ ୩୮.୦୨%) ରହିଛି। ଅପରପକ୍ଷରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୮୯୩.୧୯ ମିଲିୟନ ଟନ୍‌ କୋଇଲା ପ୍ରେରଣ କରାଯାଇଥିଲା। ଏହା ମଧ୍ୟ ଧ୍ୟାନଦେବାର ବିଷୟ ଯେ କୋଇଲା ମନ୍ତ୍ରଣାଳୟର ଏହି ଐତିହାସିକ ଉପଲବ୍ଧିରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌), ସିଙ୍ଗାରେନି କୋଲିଏରିଜ୍‌ କମ୍ପାନୀ ଲିମିଟେଡ୍‌ (ଏସ୍‌ସିସିଏଲ୍‌) ଏବଂ କ୍ୟାପଟିଭ୍‌/ ବାଣିଜି୍ୟକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ ୧୦୧୨ ଏମ୍‌ଟି କୋଇଲା ଉତ୍ପାଦନ ଏବଂ ପରିବହନ (ପଠାଇବା) ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri