Categories: ବାଣିଜ୍ୟ

ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ, ୭।୧୨: ଚଳିତ ବର୍ଷ ନଭେମ୍ବରରେ କୋଇଲା ଉତ୍ପାଦନ ୧୧.୬୬% ବୃଦ୍ଧି ପାଇ ୭୫.୮୭ ମିଲିୟନ ଟନ୍‌ରେ ପହଞ୍ଚଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୧ରେ ୬୭.୯୪ ମିଲିୟନ୍‌ ଟନ୍‌ ହୋଇଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ତାହା ୧୧.୬୬% ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ କୋଇଲା ଉତ୍ପାଦନ କରୁଥିବା ୩୭ଟି ଖଣି ମଧ୍ୟରୁ ୨୪ଟି ଖଣି ୧୦୦%ରୁ ଅଧିକ କୋଇଲା ଉତ୍ପାଦନ କରୁଥିବା ବେଳେ ସେହିପରି ୫ଟି ଖଣିରେ ୮୦ରୁ ୧୦୦ % ଖଣି କୋଇଲା ଉତ୍ପାଦନ କରିଥିବା କୋଲ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବବର୍ଷ କୋଇଲା ଉତ୍ପାଦନରେ ୬୦.୨୦ ମିଲିୟନ୍‌ ଟନ୍‌ ତୁଳନାରେ ଚଳିତ ନଭେମ୍ବରରେ ପାଓ୍ବାରା ୟୁଟିଲିଟି ଡେସପ୍ୟାଚ୍‌ରେ ୩.୫୫% ବୃଦ୍ଧି ହୋଇ ୬୨.୩୪ ମିଲିୟନ୍‌ ଟନ୍‌ରେ ପହଞ୍ଚଛି। ଏପରିକି ନଭେମ୍ବର ୨୦୨୧ ବର୍ଷ ତୁଳନାରେ କୋଇଲା ଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନରେ ୧୬.୨୨% ଅଭିବୃଦ୍ଧି ହୋଇଛି ଏବଂ ସାମଗ୍ରିକ ବିଦ୍ୟୁତ୍‌ ଉତ୍ପାଦନରେ ୨୦୨୧ ନଭେମ୍ବରରେ କୋଇଲା ଉତ୍ପାଦିତ ଶକ୍ତି ତୁଳନାରେ ୧୪.୬୩% ଉତ୍ପାଦନ ଅଧିକ ହୋଇଛି।

Share