କୋଲ୍‌ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କନ୍‌କ୍ଲେଭ-୨୦୨୨

ଭୁବନେଶ୍ୱର,୧୬।୧୨:କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍‌) କନ୍‌କ୍ଲେଭ-୨୦୨୨ ଗୁରୁବାର ସ୍ଥାନୀୟ ଜୟଦେବବିହାରସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ବ୍ୟବସାୟ ସକ୍ଷମ ଆଇଆର୍‌ ପରିବେଶ ସୃଷ୍ଟି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୨ ଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କନ୍‌କ୍ଲେଭରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ(ପର୍ସନାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍‌) ବିନୟ ରଞ୍ଜନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ, ନିର୍ଦ୍ଦେଶକ(ପର୍ସନାଲ) ମହାନଦୀ କୋଲ୍‌ ଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)-ସମ୍ବଲପୁର, ଏଚ୍‌.ଏନ୍‌. ମିଶ୍ର, ନିର୍ଦ୍ଦେଶକ(ପର୍ସନାଲ), ସେଣ୍ଟ୍ରାଲ କୋଲ୍‌ଫିଲ୍ଡ ଲିମିଟେଡ୍‌(ସିସିଏଲ୍‌) ରାଞ୍ଚତ୍, ମନୀଷ କୁମାର, ନିର୍ଦ୍ଦେଶକ (ପର୍ସନାଲ), ଉତ୍ତରାଞ୍ଚଳ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏନ୍‌ସିଏଲ୍‌), ଆହୁତି ଏ, ନିର୍ଦ୍ଦେଶକ(ପର୍ସନାଲ), ଇଷ୍ଟର୍ନ କୋଲ୍‌ଫିଲ୍ଡ ଲିମିଟେଡ୍‌(ଇସିଏଲ୍‌), ଅଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ପର୍ସନାଲ), କୋଲ୍‌ ଇଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବିନୟ ରଞ୍ଜନ କହିଛନ୍ତି, ଏହି ୨ ଦିନିଆ କର୍ମଶାଳା କୋଇଲା କମ୍ପାନୀର ଏଚ୍‌ଆର୍‌ ପ୍ରଫେସନାଲମାନଙ୍କୁ ସେମାନଙ୍କର କାର୍ଯ୍ୟର ଅଭିଜ୍ଞତା ବାଣ୍ଟିବା ସହ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଗ୍ରହଣ କରିବାର ବିଶେଷ ସୁଯୋଗ ପ୍ରଦାନ କରିବ। ସେହିଭଳି ସ୍ବାଗତ ଅଭିଭାଷଣ ମାଧ୍ୟମରେ ଆଇଆର୍‌ କନ୍‌କ୍ଲେଭ ବିଷୟବସ୍ତୁର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇ କେଶବ ରାଓ କହିଛନ୍ତି, କନ୍‌କ୍ଲେଭରେ ଥିବା ବିଷୟଗୁଡିକ କେବଳ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ନୁହେଁ ବରଂ ଏଚ୍‌ଆର୍‌ ପ୍ରଫେସନାଲମାନଙ୍କ ମଧ୍ୟରେ ବିଚାର ଓ ବିତର୍କ ସୃଷ୍ଟି କରିବାରେ ସକ୍ଷମ ହେବ। ଏପରିକି କୋଲ୍‌ ଇଣ୍ଡିଆ ଦେଶର ପ୍ରମୁଖ କର୍ପୋରେଟ୍‌ମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ବିକାଶଶୀଳ ଅର୍ଥନୀତି ପାଇଁ ବଢୁଥିବା ଶକ୍ତି ଆବଶ୍ୟକତାକୁ ସଫଳତାର ସହ ପୂରଣ କରିବ ବୋଲି ରାଓ ମତପ୍ରକାଶ କରିଛନ୍ତି। ସେହିପରି କୋଭିଡ୍‌ ସମୟରେ ପରିସ୍ଥିତି ବିଷୟରେ ଉଲ୍ଲେଖକରି ରାଓ କହିଛନ୍ତି, ଦୀର୍ଘଦିନର ତାଲାବନ୍ଦ ଓ ଜୀବନ ପ୍ରତି ବିପଦ ସତ୍ତ୍ୱେ କୋଲ୍‌ ଇଣ୍ଡିଆର କର୍ମଚାରୀମାନେ ଦୃଢ଼ ଭାବେ ଠିଆ ହୋଇଥିଲେ। ଉତ୍ତାପ, ଧୂଳି, ଥଣ୍ଡା ଓ ବର୍ଷାରେ କଠିନ ପରିଶ୍ରମ କରି ଦେଶର ବିଦ୍ୟୁତ୍‌ ସଙ୍କଟ ଦୂର କରିବା ପାଇଁ ବହୁ ପରିମାଣର କୋଇଲା ଉତ୍ତୋଳନ କରିଥିଲେ। କୋଇଲା ଉତ୍ତୋଳନ ଓ ବିତରଣ ମାଧ୍ୟମରେ ବର୍ଦ୍ଧିତ ଚାହିଦା ମେଣ୍ଟାଇ ଦେଶର ଆଶା ପୂରଣ କରିପାରିଥିବାରୁ ଆମେ ଗର୍ବିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri