Categories: ଜାତୀୟ

ବ୍ୟାଡ଼ମିଣ୍ଟନ ଟ୍ରେନିଂରେ ନାବାଳିକାଙ୍କ ବକ୍ଷସ୍ଥଳରେ ହାତ ରଖୁଥିଲେ କୋଚ: ୫ବର୍ଷ ଜେଲ ସହ ୫ ହଜାର ଜରିମାନା ଦଣ୍ଡାଦେଶ…

ମୁମ୍ବାଇ,୬।୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟାଡମିଣ୍ଟନ କୋଚଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକେ ବ୍ୟାଡମିଣ୍ଟନ ଖେଳାଳି ଙ୍କ ପିଠିରେ ପିଟିବା ଏବଂ ବକ୍ଷସ୍ଥଳରେ ହାତ ରଖିବା ଅପରାଧ ପାଇଁ ଏହି ଦଣ୍ଡ ଦିଆଯାଇଛି। ଯେତେବେଳେ ନାବାଳିକାଙ୍କୁ ଖେଳ ଶିଖାଇବା ସମୟରେ ସେ ଭୁଲ କରୁଥିଲେ କୋଚ ଏଭଳି କାର୍ଯ୍ୟ କରୁଥିଲେ। ନାବାଳିକାଙ୍କ ଅଭିଯୋଗକ୍ରମେ ପୋସ୍କୋ କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଯୌନ ଉତ୍ପୀଡ଼ନ ଅଭିଯୋଗ ନେଇ ଜଣେ ୧୦ ବର୍ଷ ବୟସ୍କା ନାବାଳିକା ୨୦୧୯ରେ କୋର୍ଟରେ ପହଞ୍ଚିଥିଲେ। ଏହାପୂର୍ବରୁ ଅଭିଯୁକ୍ତଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ୟାଡମିଣ୍ଟନ ଅଭ୍ୟାସ ସମୟରେ ହୋଇଥିବା ଭୁଲ ପାଇଁ ଚାପୁଡ଼ା ମାରିବା ଏବଂ ଦଣ୍ଡ ଦେବା କେବଳ ଦଣ୍ଡର ଏକ ଅଂଶ ବୋଲି କୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କୋର୍ଟ ୨୭ ବର୍ଷୀୟ କୋଚଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଜଜ ଏହି ପ୍ରସଙ୍ଗରେ କହିଛନ୍ତି ଜଣେ ପ୍ରଶିକ୍ଷକଙ୍କଠାରୁ ବାଳିକାମାନଙ୍କୁ ପିଠିରେ ଚାପୁଡ଼ା ମାରିବା ସହ ବକ୍ଷସ୍ଥଳରେ ହାତ ରଖିବା ଆଶା କରାଯାଇପାରିବ ନାହିଁ। ଦଣ୍ଡ ଦେବା ପାଇଁ ଏହା ଏକ ଉପାୟ ନୁହେଁ। ଅଜାଣତରେ କିମ୍ବା ଜାଣତରେ ଏହି କାର୍ଯ୍ୟ କରାଯାଇ ନାହିଁ।

ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିଚାରପତି କହିଛନ୍ତି ଏହି ଘଟଣା ୧୦ ଜୁଲାଇ ୨୦୧୯ ରେ ଘଟିଥିଲା। ଏହାର ଦେଢ଼ ମାସ ପୂର୍ବରୁ ଅଭିଯୁକ୍ତ ତାଙ୍କୁ ତାଲିମ ଦେଉଥିଲେ। ନାବାଳିକା ଜଣକ ଅଭିଯୁକ୍ତ ତାଙ୍କୁ ଜାଣିଶୁଣି ଛୁଇଁଥିବାର ଅନୁଭବ କରିଥିଲେ। ସେଥିପାଇଁ ସେ ଅଭିଯୋଗ କରିଥିଲେ।

Share