Categories: ଖେଳ

ହାରୁଥିବା ବାଜି କିଭଳି ଜିତାଯାଏ, ଭାରତୀୟ ଖେଳାଳି ଜାଣନ୍ତି: ଇଂଲଣ୍ଡ କୋଚ୍‌

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସା କରିଛନ୍ତି। ପ୍ରଥମ ଇନିଂସରେ ୯୯ରନ୍‌ରେ ପଛୁଆ ରହିବା ସତ୍ତ୍ୱେ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ଏହାକୁ ନେଇ ସିଲଭରଉଡ୍‌ କହିଛନ୍ତି, ୨୦୦ରନ୍‌ ଆଗୁଆ ଥିଲେ ଭାରତୀୟ ଟିମ୍‌ ଅଡୁଆରେ ପଡ଼ିଥାନ୍ତା। ହେଲେ ତାହା ଦଳ କରିପାରି ନ ଥିଲା। ଡ୍ରେସିଂ ରୁମ୍‌ରେ ଆମେ ତାହା କଥା ହେଉଥିଲୁ। ହେଲେ ପୁଣିଥରେ ବିଜୟର ଶ୍ରେୟ ଭାରତୀୟ ଟିମ୍‌କୁ ଯାଉଛି, କାରଣ ପ୍ରତ୍ୟାବର୍ତ୍ତନ କିଭଳି କରିହୁଏ, ହାରୁଥିବା ବାଜି କିଭଳି ଜିତିହୁଏ ତାହା ସେମାନଙ୍କୁ ଜଣା ବୋଲି ସେ କହିଛନ୍ତି।

କହିରଖୁଛୁ, ଭାରତ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୪୬୬ ରନ୍‌ କରି ଇଂଲଣ୍ଡକୁ ଜିତିବା ଲାଗି ୩୬୮ ରନ୍‌ର ଲକ୍ଷ୍ୟ ଦେଇଥିଲେ। ଖେଳର ଶେଷ ଦିନ ଆରମ୍ଭରେ ଉଇକେଟ ନ ହରାଇ ଦଳ ୭୭ରନ୍‌ କରିଥିଲା। ହେଲେ ବୁମ୍‌ରାଙ୍କଠାରୁ ଆରମ୍ଭ କରି ଅନ୍ୟ ଭାରତୀୟ ବୋଲରମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଫଳରେ ଭାରତ ୧୫୭ରନ୍‌ରେ ବିଜେତା ହୋଇଥିଲା।

Share