Categories: ଖେଳ

ରୋହିତ ଶର୍ମାଙ୍କ ବିଷୟରେ ବଡ ଖୁଲାସା କଲେ କୋଚ

ଆଇପିଏଲ୍‌ର ୧୩ତମ ସଂସ୍କରଣ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ବିଷୟରେ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ରୋହିତ ୫ଟି ଟାଇଟଲ ସହ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହୋଇଛନ୍ତି। ଖୁବ୍‌ କମ ଲୋକ ଜାଣିଥିବେ ରୋହିତ ଶର୍ମା ପ୍ରଥମ ଥର ପାଇଁ ୯ମ ଶ୍ରେଣୀରେ ଅଧିନାୟକ ହୋଇଥିଲେ। ଭାରତୀୟ ଦଳର ସୀମିତ ଓଭର ଉପ-ଅଧିନାୟକ ଉପରେ ଆଗାମୀ ପୁସ୍ତକ ‘ଦି ହିଟମ୍ୟାନ: ରୋହିତ ଶର୍ମା ଷ୍ଟୋରୀ’ରେ କୁହାଯାଇଛି ଯେ ସ୍କୁଲ ଦିନରୁ ସେ ନିଜ ଦକ୍ଷତାରେ ମ୍ୟାଚ ଜିତିଥିଲେ ଏବଂ ନେତୃତ୍ୱ ନେବାର ସମସ୍ତ ଦକ୍ଷତା ତାଙ୍କ ପାଖରେ ଥିଲା। ସେ ଉଇକେଟ ନେଇ ଶତକ ହାସଲ କରିଥିଲେ। ରୋହିତ ନବମ ଶ୍ରେଣୀରେ ସ୍କୁଲ ଦଳର ଅଧିନାୟକ ଥିଲେ। ସେ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲେ ଯିଏ ସର୍ବଦା ଜିତିବାକୁ ଚାହୁଁଥିଲେ। ସବୁବେଳେ କ୍ରିଜରେ ଶାନ୍ତ ରହି ଖେଳୁଥିଲେ ବୋଲି ତାଙ୍କ କୋଚ ଦିନେଶ ଲାଡ କହିଛନ୍ତି।

Share