ଜାନୁୟାରୀ ୧ ରୁ ପିଲାଙ୍କ ପାଇଁ କୋ-ଓ୍ବିନ୍‌ ପଞ୍ଜିକରଣ…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ଓ୍ବିନ୍‌ ପ୍ଲାଟର୍ଫମରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେବ।

କେତେକ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ। ତେଣୁ ପିଲାମାନଙ୍କ ପଞ୍ଜିକରଣ ଆଇଡି କାର୍ଡ ଦ୍ୱାରା କରାଯିବ ବୋଲି ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପରବର୍ତ୍ତୀ ସମୟରେ ସେମାନଙ୍କୁ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହେବ ବୋଲି କୋ-ଓ୍ବିନ୍‌ ପ୍ଲାର୍ଟଫର୍ମର ମୁଖ୍ୟ ତଥା ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସିଇଓ ଡାକ୍ତର ଆର୍‌.ଏସ୍‌. ଶର୍ମା କହିଛନ୍ତି। ପଞ୍ଜିକରଣ ପାଇଁ ଦଶମ ଶ୍ରେଣୀ ମାର୍କସିଟ୍‌ ମଧ୍ୟ ପ୍ରଦାନ କରାଯାଇ ପାରିବ ବୋଲି ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ପିଲାଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଭାରତ ବାୟୋଟେକ୍‌ ଦ୍ୱାରା ନିର୍ମିତ କୋଭାକ୍ସିନ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ ୮ କୋଟି ପିଲାଙ୍କୁ ଟିକା ଦିଆଯିବ।

Share