ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG ଏବଂ ଘରୋଇ PNG ଗ୍ୟାସ୍ର ଦାମ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ନ୍ୟାଚୁରାଲ ଗ୍ୟାସ ଲିମିଟେଡ (MNGL) ଉଭୟ ପ୍ରକାରର ଗ୍ୟାସର ମୂଲ୍ୟ ବଢ଼ାଇଛି। ନୂଆ ଦର ନଭେମ୍ବର ୧୨ ତାରିଖ ମଧ୍ୟରାତ୍ରିରୁ ଲାଗୁ ହୋଇଛି।
ଏହି ପରିବର୍ତ୍ତନ ପରେ ଏବେ CNG ଚାଳିତ କାର୍, ଅଟୋ ଓ କ୍ୟାବର ଖର୍ଚ୍ଚ ବଢ଼ିବ। ସେହିପରି ପାଇପ ଯୋଗେ ଘରକୁ ଆସୁଥିବା PNG ଗ୍ୟାସ ବ୍ୟବହାର କରୁଥିବା ପରିବାରଗୁଡ଼ିକୁ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ବିଲ ଦେବାକୁ ପଡ଼ିବ। ଅର୍ଥାତ୍ ମାସିକ ଘରୋଇ ବଜେଟରେ ଏବେ ଗ୍ୟାସ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।