ଲକ୍‌ଡାଉନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଭୟ: ଜାରି ହେଉଛି ଜନତା କର୍ଫ୍ୟୁ-କରୋନା କର୍ଫ୍ୟୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ୍‌ ଘୋଷଣା କରିବାକୁ ପଛାଉଛନ୍ତି। ତେବେ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟ ସରକାର ଲକ୍‌ଡାଉନ୍‌ ଭଳି ବିଭିନ୍ନ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ ଭିନ୍ନ ଭିନ୍ନ ନାମ ଦେଇଛନ୍ତି। ଫଳରେ ଏବେ କରୋନାର ନୂଆ ଷ୍ଟ୍ରେନ୍‌ ଭଳି ଲକ୍‌ଡାଉନ୍‌ର ମଧ୍ୟ ନୂଆ ରୂପ ସୃଷ୍ଟି ହେବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟ ଜନକ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବ୍ରେକ୍‌ ଦି ଚେନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ଲାଗୁ ହୋଇଥିବା କଟକଣା ଲକ୍‌ଡାଉନ୍‌ ସହିତ ସମାନ। ସେହିପରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁ ଘୋଷଣା କରାଯାଇ ବିଭିନ୍ନ କଟକଣା ଲାଗୁ ହୋଇଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାର ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି। ଲକ୍‌ଡାଉନ୍‌ ବିରୋଧରେ ଗତବର୍ଷ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରଶ୍ନ ଯୋଗୁୁ ଚଳିତ ବର୍ଷ ଏସବୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ସେବା, ସତର୍କ କଲା SBI

ମୁମ୍ବାଇ,୧୧।୨: ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଙ୍ଘ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri