Categories: ଜାତୀୟ

୨୦୨୪ ଲୋକ ସଭା ନିର୍ବାଚନ ପ୍ରଚାର ମୋଡର ଆରମ୍ଭ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହ

ଲକ୍ଷ୍ନୌ,୨୫ ।୩: ମାର୍ଚ୍ଚ ୧୦ରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜଣାପଡିବା ପରେ ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟ ଲାଭ କରିଥିଲା । ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ଭାଜପାର ଐତିହାସିକ ବିଜୟ ହୋଇଥିଲା । ଏହାପରେ ରାଜଧାନୀ ଦିଲ୍ଲୀରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । କେବଳ ସେତିକି ନୁହେଁ ମୋଦି କହିଥିଲେ ଏହି ଫଳାଫଳ ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନର ପରିଣାମ ସମ୍ପର୍କରେ ସୂଚନା ବି ଦେଇଛି ।
ସୂନାଯୋଗ୍ୟ, ଶୁକ୍ରବାର ଆୟୋଜିତ ହେଉଛି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶପଥଗ୍ରହଣ ସମାରୋହ । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ କେତେଜଣ କେନ୍ଦ୍ରମନ୍ତ୍ରୀ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ, ଭାଜପା କର୍ମୀ, ସାଧୁସନ୍ଥ ଓ ବଲିଉଡ ସେଲିବ୍ରିଟିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେବଳ ସେତିକି ନୁହେଁ ଏହି ସମାରୋହକୁ ବିରୋଧି ଦଳ ନେତାଙ୍କୁ ବି ନିମନ୍ତ୍ରଣ ଦିଆଯାଇଛି । ଏହାକୁ ଦେଖି ଏବେ ଅନୁମାନ କରାଯାଉଛି କି ୨୦୨୪ ଲୋକ ସଭା ନିର୍ବାଚନର ଏହା ପ୍ରଚାର ମୋଡ । ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରୁ ଭାଜପା ଏହା ଆରମ୍ଭ କରିବାର ସଙ୍କେତ ଦେଇଛି ।

Share