Categories: ଜାତୀୟ

ଭିଆଇପିଙ୍କୁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲଲାଙ୍କ ଦର୍ଶନ କରିଛନ୍ତି। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏବେ ମନ୍ଦିରରେ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଏବେ ସକାଳ ୬ରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିପାରିବେ। ଭିଡକୁ ଦୃଷ୍ଟିରେ ରଖି ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଭିଆଇପିଙ୍କୁ ଆଗାମୀ ୧୦ଦିନ ଯାଏଁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇଛି। ତେଣୁ ସିଏମ ଯୋଗୀ ଭିଆଇପିଙ୍କୁ ଆଗ୍ରାହ୍ୟ କରିଛନ୍ତି କି, କିଛିଦିନ ପାଇଁ ଅଯୋଧ୍ୟାକୁ ନ ଆସନ୍ତୁ। ଯଦି ଆସୁଛନ୍ତି ତେବେ ଆସବାର ଏକ ସପ୍ତାହ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କିମ୍ବା ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ।

Share