ହୋଲି ପରେ ଶପଥ ଗ୍ରହଣ

ଲକ୍ଷ୍ନୌ,୧୨ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତରେ ବିଜୟ ଲାଭ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହାକୁ ନେଇ କିଛି ରେକର୍ଡ କରିଛନ୍ତି । ୩୭ ବର୍ଷ ପରେ ଦଳ ଦ୍ୱିତୀୟଥର ଶାସନ କ୍ଷମତା ଫେରି ପାଇବାରେ ରେକର୍ଡ କରିଛି । ଏହାରି ଭିତରେ ଏବେ ସମସ୍ତଙ୍କ ନଜର ଶପଥ ଗ୍ରହଣ ସମାରୋହ ଉପରେ ଏବଂ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ ଉପରେ । ସମାଚାର ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁଯାୟୀ, ଯୋଗୀ ରବିବାର ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ । ଏହି ସାକ୍ଷାତ୍‌କାରର ଉଦ୍ଦେଶ୍ୟ ରହିଛି ଏମାନଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିବା । ତେବେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ହୋଲି ପରେ ଶପଥ ଗ୍ରହଣ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

Share