Categories: ଜାତୀୟ

ଜୁନ ୧ରେ ଯୋଗୀ କରିବେ ରାମ ମନ୍ଦିର ଗର୍ଭ ଗୃହର ଶିଳାପୂଜା

ଲକ୍ଷ୍ନୌ,୩୦।୫: ଜାନୁଆରୀ ୨୦୨୪ରେ ଅଯୋଧ୍ୟା ରାମଲାଲାଙ୍କ ମନ୍ଦିର ପ୍ରସ୍ତୁତ ହେବ। ଏଥିପାଇଁ ଜୋରସୋରରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାପୂର୍ବରୁ ରାମଲାଲାଙ୍କ ମନ୍ଦିରର ନିର୍ମିତ ଗର୍ଭ ଗୃହର ଶିଳାପୂଜା ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରାମ ଜନ୍ମଭୂମି ପରିସରରେ ଉପସ୍ଥିତ ରହିବେ। ଜୁନ ୧ରେ ସକାଳ ୯ଟାରେ ରୀତିନୀତି ଆରମ୍ଭ ହେବାକୁ ଥିବା ବେଳେ ଯୋଗୀ ଆଦିତ୍ୟନାଥ ରାମଲାଲାଙ୍କ ମନ୍ଦିରର ପ୍ରଥମ ଶିଳାପୂଜା କରିବେ। ମହାପୀଠରୁ ଗର୍ଭ ଗୃହ ନିର୍ମାଣ ଆରମ୍ଭ ହେବ, ଏଥିପାଇଁ ରାମ ଜନ୍ମଭୂମି ପରିସରରେ ୫ଦିନିଆ ରୀତିନୀତି ଚାଲିଛି।

Share