ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ ମଣ୍ଡି ସଚିବଙ୍କୁ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଏମ ଯୋଗୀ କହିଛନ୍ତି ଯେ, ଆଗାମୀ ୬ ମାସ ମଧ୍ୟରେ ୧ ଲକ୍ଷ ଯୁବତୀ-ଯୁବକଙ୍କୁ ଚାକିରି ଦିଆଯିବ।

ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମ ଯୋଗୀ କହିଛନ୍ତି, ମୁଁ ରାଜ୍ୟର ସମସ୍ତ ଯୁବପିଢ଼ିଙ୍କୁ ଆଶ୍ୱସ୍ତ କରୁଛି ଯେ, ଆଗାମୀ ୬ ମାସ ମଧ୍ୟରେ ୧ ଲକ୍ଷ ଯୁବତୀ-ଯୁବକଙ୍କ ୁ ସରକାରୀ ଚାକିରି ଦିଆଯିବ। ବିଭିନ୍ନ ପର୍ଯ୍ୟାୟରେ ପ୍ରତି ସପ୍ତାହରେ ନିଯୁକ୍ତି ପ୍ରଦାନ କରାଯିବ।

ସିଏମ ଯୋଗୀ କହିଛନ୍ତି , ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶୀ ଢଙ୍ଗରେ ସମ୍ପନ୍ନ ହୋଇଛି। ବର୍ତ୍ତମାନ ସମୟରେ ଏଭଳି ନିଯୁକ୍ତି ପ୍ରକ୍ରିୟା କରିବା ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, କୌଣସି ଭେଦଭାବ ନକରି ଏବଂ ସଂରକ୍ଷଣ ନିୟମକୁ ପାଳନ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଯେତେବେଳେ କୌଣସି ଭେଦଭାବ ବିନା ପ୍ରାର୍ଥୀ ଚୟନ କରାଯାଏ, ଏହାର ସିଧାସଳଖ ଲାଭ ସମଗ୍ର ରାଜ୍ୟକୁ ମିଳିଥାଏ ବୋଲି ଯୋଗୀ କହିଛନ୍ତି।

 

Odisha’s No.1 Odia Daily

Share