Categories: ଜାତୀୟ

ଓୱାଇସିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଯୋଗୀ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶରେ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁ ସଂଖ୍ୟାରେ ବିଜୟ ଲାଭ କରି ଏବେ ଉତ୍ସାହିତ ଅଛି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଏହାପରେ ଭାଜପାକୁ ଶକ୍ତି ମିଳି ଯାଇଛି ବୋଲି ଆଲୋଚନା ହେଉଛି । ଏହି ଫଳାଫଳକୁ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଉତ୍ତର ପ୍ରଦେଶରେ ଆସନ୍ତା ବିଧାନସଭା ନିର୍ବାଚନ ବି ଭାଜପା ଜିତିବ । ଏହା ପୂର୍ବରୁ ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ ଯୋଗୀ ତାକୁ ଗ୍ରହଣ କରି ନେଇଛନ୍ତି । ସୂଚନାଯୋଗ୍ୟ, ଓୱାଇସି କହିଥିଲେ କି ୨୦୨୨ରେ ସେ କୌଣସି ପ୍ରକାରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ । ଏବେ ଯୋଗୀ କହିଛନ୍ତି ଓୱାଇସି ଦେଶର ଜଣେ ବଡ ନେତା । ଯଦି ସେ ଏଭଳି ଚ୍ୟାଲେଞ୍ଜ ଦେଉଛନ୍ତି ଭାଜପା ଏହାକୁ ଗ୍ରହଣ କରି ନେଉଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ଭାଜପା ହିଁ ବିଜୟ ଲାଭ କରିବ ।

Share