Posted inଜାତୀୟ

ଅଯୋଧ୍ୟାରେ ତିଆରି ହେବ ୧୦୧ଫୁଟ୍‌ ଉଚ୍ଚ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ମନ୍ଦିର

ଲକ୍ଷ୍ନୌ,୨୧।୨: ରାମଙ୍କ ସହର ଅଯୋଧ୍ୟାରେ ଅନେକ ମଠ ଏବଂ ମନ୍ଦିର ରହିଛି। କିନ୍ତୁ ବର୍ତ୍ତମାନ ଏହି ସହର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ସହିତ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କର୍ମକ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଯୋଗୀଙ୍କ ପ୍ରଚାରକ ପ୍ରଭାକର ମୌର୍ଯ୍ୟ ଏହି ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି। ଅଯୋଧ୍ୟାର କଲ୍ୟାଣ ଭଦର୍ସା ଗ୍ରାମର ମଜରେ ମୌର୍ଯ୍ୟର ପୁରବାରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଫେବୃଆରୀ ୨୪ରେ ମନ୍ଦିରର ଭୂମି ପୂଜନ କରାଯିବ। ରାମଲାଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏହି ଭୂମିପୂଜା କରିବେ ବୋଲି ଜଣାପଡ଼ିଛି। ଭୂମିପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହି ଅବସରରେ ହନୁମାନଗଢ଼ିର ପୂଜାରୀ ରାଜୁ ଦାସ ଏବଂ ଅଯୋଧ୍ୟାଙ୍କର ବହୁ ବରିଷ୍ଠ ସାଧୁ ସନ୍ଥ ଏଥିରେ ସାମିଲ ହେବେ। ସୂଚନା ମୁତାବକ, ଶ୍ରୀ ଯୋଗୀଙ୍କ ଏହି ମନ୍ଦିର ୧୦୧ ଫୁଟ ଉଚ୍ଚ ହେବ। ଏହି ମନ୍ଦିରର ଲମ୍ବ ଏବଂ ଚଉଡା ୫୦ -୫୦ ହେବ। ଏହି ମନ୍ଦିରର ନିର୍ମାଣ ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫ବର୍ଷ ଲାଗିବ। ଏହି ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ବଦଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ରହିବ। ଭଗବାନଙ୍କ ପରି ଏହି ପ୍ରତିମାକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ମନ୍ଦିରରେ ପୂଜା କରାଯିବ ଏବଂ ସନ୍ଧ୍ୟାରେ ଆଳତୀ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri