କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ହେବାକୁ ଯାଉଛି । ସୋମବାରଠାରୁ ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗ ସିଏମ ଟ୍ରଫି ଆନ୍ତଃ ଜିଲା ଫୁଟବଲ ପ୍ରତିଯୋଗିତା ପାଇଁ ଗତକାଲି ରାତିରେ କେନ୍ଦୁଝ ଜିଲା ଦଳ ସୁନ୍ଦରଗଡ଼ ଯାତ୍ରା କରିଥିବାର ଜଣାପଡିଛି ।
ଅଙ୍କିତ ବେହେରାଙ୍କ ନେତୃତ୍ୱରେ ୨0 ଜଣିଆ କେନ୍ଦୁଝର ବାଳକ ବିଭାଗରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀମାନେ ହେଲେ ଆୟୁଷ ମହାକୁଢ଼, ଗୁମନ ଭୁଞ୍ଜି, ସୁବ୍ରତ ବେହେରା, କିଷାନ ସିଦୁ, ଆଶିଷ ନାଏକ, ରୋଶନ ନାଏକ, ସିଦୁ ମୁଣ୍ଡା, ଟିକେଶ୍ୱର ଗୋପ, ରୋଶନ ନାଏକ, ଓମପ୍ରକାଶ ମୁଣ୍ଡା, ଓମପ୍ରକାଶ ମାଝୀ, ଶୁଭମ ପ୍ରଧାନ, ମନୋଜ ଗାଗରାଇ, ସନିଆ ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ଡାକ୍ତର ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ପିଣ୍ଟୁ ନାଏକ ଏବଂ ଆକାଶ ଓଡିୟା । ଦଳ ସହ ମ୍ୟାନେଜର ଭାବେ ଜିନ୍ଦଲ ଫାଉଣ୍ଡେସନର ସୀତାରାମ ମୁଣ୍ଡା ଏବଂ କୋଚ ଭାବେ ଶଙ୍ଖ ମାରାଣ୍ଡି ଦଳ ସହ ଯାତ୍ରା କରିଛନ୍ତି ।
ସେହିପରି ପୂଜା ଓରାମଙ୍କ ନେତୃତ୍ୱରେ ୨୦ ଜଣିଆ କେନ୍ଦୁଝର ଜିଲା ବାଳିକା ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଅନନ୍ୟା ଟୋପ୍ନ, ଇତିଶ୍ରୀ ନାଏକ, ପୂର୍ଣ୍ଣିମା ଲୋହାର, ସ୍ୱପ୍ନା ଭୂୟାଁ, ସୋନାଲି ଓରାମ, ସୁବର୍ଣ୍ଣିକା ଚମ୍ପିୟା, ଆୟୁଷ୍କା ମାଝୀ, ନିହାରିକା ମୁଣ୍ଡା, ଗୀତା ମୁଣ୍ଡା, ଶୀତଲ ମୁଣ୍ଡା, ପାର୍ବତୀ ମୁଣ୍ଡା, ସୁପ୍ରିୟା ମହାନ୍ତ, ଶ୍ରାବଣୀ ମହାନ୍ତ, ନିହାରିକା ମହାକୁଢ଼, ପ୍ରୀତି ମୁଣ୍ଡା, ଅର୍ଚ୍ଚିତା ବେହେରା, ସୋନାଲି ମହାନ୍ତ ଏବଂ ସଜନୀ ଲୋହାର ।
ଦଳ ସହ ମ୍ୟାନେଜର ଭାବେ ବଳରାମ ସିଦୁ ଓ କୋଚ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନର ରାନୀ କଲା ଦଳ ସହ ଯାତ୍ରା କରିଛନ୍ତି । କେନ୍ଦୁଝର ଦଳ ଆସନ୍ତାକାଲି ସକାଳେ ଉଦଘାଟନୀ ଖେଳରେ ସୁନ୍ଦରଗଡ଼ ଷ୍ଟାଡିୟମ ଠାରେ ବାଲେଶ୍ୱର ଜିଲାକୁ ଭେଟିବ ବୋଲି କେନ୍ଦୁଝର ଜିଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।