Categories: ଜାତୀୟ

ଗର୍ଜିଲେ ନବନୀତ

ମୁମ୍ବାଇ,୯ ।୫: ମହାରାଷ୍ଟ୍ର ଅମରାବତୀର ନିର୍ଦ୍ଦଳୀୟ ଏମପି ନବନୀତ ରାଣା ସୋମବାର ଦିଲ୍ଲୀ ଗସ୍ତ କରୁଛନ୍ତି । ହେଲେ ଦିଲ୍ଲୀ ଯିବା ପୂର୍ବରୁ ସେ ମୁମ୍ବାଇରେ ଖବରଦାତାଙ୍କ ସାମ୍ନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଖୁବ୍ ଗର୍ଜିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେଉଁ କାମକୁ ନୁହେଁ । ଆମକୁ ଜେଲରେ ବ୍ୟତିବ୍ୟସ୍ତ କରିଛନ୍ତି । ଆମକୁ ୨୦ ଫୁଟ ତଳେ ପୋତିଦେବା କଥା କହିଛନ୍ତି ।
ନବନୀତ କହିଛନ୍ତି, ମୁଁ ଆଜି ଦିଲ୍ଲୀ ଯାଉଛି । ମୁଁ କୋର୍ଟଙ୍କ କୌଣସି ନିର୍ଦ୍ଦେଶକୁ ଉଲ୍ଲଂଘନ କରିନାହିଁ । ଯଦି ଜଣେ ଜନପ୍ରତିନିଧିଙ୍କ ଉପରେ ଏମିତି ବ୍ୟବହାର କରାଯାଉଛି ତେବେ ସାଧାରଣ ଜନତାଙ୍କ କଥା ଟିକେ ଚିନ୍ତା କରନ୍ତୁ । ମୁଁ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ସହ ଆମ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ କଥା ହେବି ବୋଲି ନବନୀତ କହିଛନ୍ତି । ଉଦ୍ଧବ ଠାକରେ ଆମକୁ ଆଉ ସିଦ୍ଧାନ୍ତର ପାଠ ନ ପଢାନ୍ତୁ । ସୂଚନାଯୋଗ୍ୟ, ନବନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣା ସୋମବାର ଦ୍ୱିପ୍ରହରରେ ଦିଲ୍ଲୀ ପହଞ୍ଚିବେ । ଏହାପରେ ସେ ଲୋକ ସଭା ଅଧ୍ୟକ୍ଷ ଓମ ବିରଲାଙ୍କ ସହ ସାକ୍ଷାତ୍ କରିବାକୁ ସମୟ ନେବେ । ଏହାପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି ।

Share