Categories: ଜାତୀୟ

ଶପଥ ନେଇଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବଣ୍ଟାଯିବ ବିଭାଗ: ସିଦ୍ଦାରାମାୟା

କର୍ନାଟକ,୨୮।୫: କର୍ନାଟକରେ ଶନିବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ୨୪ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବିଭାଗ ବଣ୍ଟନ କରାଯିବ। ଖବରଦାତାଙ୍କ ସହ କଥାବାର୍ତ୍ତା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ କ୍ୟାବିନେଟ ଗଠନ କରାଯାଇଛି। ବିଭାଗ ବଣ୍ଟନ ଆଜି କିମ୍ବା ଆସନ୍ତାକାଲି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ପଦ ବ୍ୟତୀତ ୩୩ଟି ଆସନ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ଅଛି। ସରକାର କହିଛନ୍ତି, ଲୋକଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ନିଶ୍ଚିତ ଭାବରେ ପୂରଣ ହେବ।

Share