ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହେବାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପକ୍ଷରୁ କ୍ରସ୍‌ ଭୋଟିଂକୁ ନେଇ କୁହାଯାଇଥିବା ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟ ସଭା ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ସଭା ନିର୍ବାଚନରେ ଭାଜପା ଏବଂ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ବିଜୟ କେବଳ ଦଳୀୟ ସଫଳତା ନୁହେଁ, ବରଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀ ମାର୍ଗଦର୍ଶନର ପ୍ରତିଫଳନ। ମନମୋହନ, ସୁଜିତ ଏବଂ ଦିଲୀପ ରାଜ୍ୟ ସଭାକୁ ଯିବା ପରେ ଓଡ଼ିଶାର ସ୍ବର ଆହୁରି ଶାଣିତ ହେବ। କିଛି ସମୟ ର୍ପୂ୍‌ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଯେଉଁ ବିଧାୟକମାନେ ନିଜ ବିବେକାନୁମୋଦିତ ଭୋଟ୍‌ ଦେଲେ, ସେମାନଙ୍କର ‘ଆପରାଧିକ ପୃଷ୍ଠଭୂମି’ ରହିଥିବା ନବୀନ କହୁଛନ୍ତି। ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଗଣତନ୍ତ୍ରର ମର୍ଯ୍ୟାଦା ପ୍ରତି ଏକ ଆକ୍ଷେପ ବୋଲି ମୋହନ କହିଛନ୍ତି। ସେ ଆହୁରି କହିଛନ୍ତି, ଜଣେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କଠାରୁ ଏପରି ଅପରିପକ୍ୱ ଏବଂ ଅପମାନଜନକ ଶବ୍ଦ କେବେ ଆଶା କରାଯାଏ ନାହିଁ। ଯେଉଁ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସ୍ବାର୍ଥ ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି, ସେମାନଙ୍କୁ ଅପରାଧୀ କହିବା ଅର୍ଥ ହେଉଛି ସେମାନଙ୍କୁ ନିର୍ବାଚିତ କରିଥିବା ଭୋଟରଙ୍କୁ ଅପମାନିତ କରିବା ସହିତ ସମାନ। ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ କୌଣସି ବ୍ୟକ୍ତିବିଶେଷଙ୍କ ପାଖରେ ବନ୍ଧା ନୁହନ୍ତି। ସେମାନେ କେବଳ ସମ୍ବିଧାନ ଓ ନିଜ ଲୋକଙ୍କ ପାଖରେ ଉତ୍ତରଦାୟୀ। ଯେତେବେଳେ ଏକ ଆଞ୍ଚଳିକ ଦଳ ମଧ୍ୟରେ ଆନ୍ତରିକ ଗଣତନ୍ତ୍ରର ଅଭାବ ପରିଲକ୍ଷିତ ହୁଏ ଏବଂ ନେତୃତ୍ୱ କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତବାରିସି ହୋଇଯାଏ, ସେତେବେଳେ ସ୍ବାଭିମାନୀ ଜନପ୍ରତିନିଧିମାନେ ସ୍ବର ଉତ୍ତୋଳନ କରିବା ସ୍ବାଭାବିକ। ନବୀନ ବାବୁ ବୋଧହୁଏ ଭୁଲିଯାଉଛନ୍ତି, ଯେଉଁମାନଙ୍କୁ ଆଜି ସେ ଅପରାଧୀ କହୁଛନ୍ତି, ସେମାନେ କିଛିଦିନ ପୂର୍ବରୁ ତାଙ୍କ ଦଳର ସମ୍ପତ୍ତି ଥିଲେ। ସେମାନଙ୍କ ପାଇଁ ସେ ନିଜେ ପ୍ରଚାର ମଧ୍ୟ କରିଥିଲେ। ସେତେବେଳେ ସେମାନଙ୍କ ପରିବାରର ପୃଷ୍ଠଭୂମି ତାଙ୍କୁ ସ୍ବଚ୍ଛ ଦେଖାଯାଉଥିଲା କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ବର୍ତ୍ତମାନ ହାରିଯାଇଥିବା ପରିପ୍ରେକ୍ଷୀରେ ଏଭଳି ଅପରିପକ୍ୱ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଓଡ଼ିଶାର ବିକାଶ ପଥରେ ଯିଏ ରହିବେ ନାହିଁ, ରାଜ୍ୟର ଜନସାଧାରଣଙ୍କଠାରେ ତାଙ୍କୁ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଭାରତୀୟ ଜନତା ଦଳ ନୂଆ ସରକାର ଗଠନ କରିବା ପରେ ଲୋକଙ୍କ ସରକାର ଭାବେ ଓଡ଼ିଶାର ସମୃଦ୍ଧି ଏବଂ ବିକାଶକୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରୁଛନ୍ତି। ଲୋକମାନେ ନିଃସ୍ବାର୍ଥ ସମର୍ଥନ ଦେଉଛନ୍ତି, ତା’ର ପ୍ରତିଫଳନ ସୋମବାର ରାଜ୍ୟ ସଭା ନିର୍ବାଚନରେ ଦେଖିବାକୁ ମିଳିଛି। ଆଜିର ଏହି ଫଳାଫଳ ହିଁ ଆଗାମୀ ଦିନରେ ଓଡ଼ିଶାକୁ ସମୃଦ୍ଧ କରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri