Categories: ଜାତୀୟ

‘୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର’

ଡେରାଡୁନ,୪।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୧୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଶପଥ ଗ୍ରହଣ କରିବା ପରେ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ପାଣ୍ଡେ କହିଛନ୍ତି ଯେ, ପୁଷ୍କର ସିଂ ଧାମି ୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏବେ ଏବiଂ ଆଗାମୀ ୫ ବର୍ଷ ଯାଏ ପୁଷ୍କର ମୁଖ୍ୟମନ୍ତ୍ରୀ ରହିବେ। ମୋ କଥାକୁ ରେକର୍ଡ କରି ରଖିବ। ଉତ୍ତରାଖଣ୍ଡ ଜନତା ଜାଣିଛନ୍ତି କି ବିକାଶ କେବଳ ଭାଜପା ସରକାର ହଁି କରିପାରିବ ବୋଲି ସେ କହିଛନ୍ତି।
ପୁଷ୍କର ସିଂ ଧାମି ରବିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଦଳର କିଛି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ହେଲେ ସେହି ନେତାମାନଙ୍କୁ ଧାମି ମନାଇଥିବା ଜଣାପଡ଼ିଛି। ଭାଜପା ସୂତ୍ର ଅନୁଯାୟୀ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ହରକସିଂ ରାୱତଙ୍କ ଭଳି କିଛି ନେତା ଦଳର ଶୀର୍ଷ ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ତେବେ ସତ୍ୟପାଲ ମହାରାଜ କିନ୍ତୁ ଶପଥ ସମାରୋହରେ ଉପସ୍ଥିତ ଥିଲେ।
ଏହାପୂର୍ବରୁ ତିରଥ ସିଂ ରାଓ୍ବତ ଚାରି ମାସରୁ କମ ସମୟ ମୁଖ୍ୟମନ୍ତ୍ରୀ ଆସନରେ ରହିଥିଲେ। ହେଲେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦର୍ଶାଇ ଶୁକ୍ରବାର ବିଳମ୍ବିତ ରାତିରେ ତିରଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଏହି ଆସନରେ ତ୍ରିବେନ୍ଦ୍ର ସିଂ ରାୱତ ବସିଥିଲେ।

 

Share