Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ନୂଆଦିଲ୍ଲୀ,୪।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ୟୁନିଫର୍ମ ସିଭିଲ କୋର୍ଡ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ସମଗ୍ର ଦେଶରେ ଗୋଟିଏ ଆଇନ ଲାଗୁ କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବାବା ନିବ କରୋରିଙ୍କ ମୂର୍ତ୍ତି ଏବଂ ଉତ୍ତରାଖଣ୍ଡର ଚାଉଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ସାକ୍ଷାତକୁ ଧାମି ଅର୍ଥପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜୋଶିମଠରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାର ଧାମ ଯାତ୍ରା ବିଷୟରେ ଅବଗତ କରାଯାଇଥିଲା। କୁହାଯାଇଥିଲା ଯେ, ଏ ପର୍ଯ୍ୟନ୍ତ ୩୪ଲକ୍ଷ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri