Categories: ଜାତୀୟ

ଚାଷ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ ଭାଇରାଲ

ବିଦିଶା,୧୪।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବିଦିଶାରେ ଥିବା ତାଙ୍କ ଜମିରେ ଚାଷ କରିଛନ୍ତି। ଟ୍ରାକ୍ଟରରେ ମୁଖ୍ୟମନ୍ତ୍ରୀ ଜମିରେ ଚାଷ କରୁଥିବାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇବା ସହିତ ଏଭଳି କରିଛନ୍ତି। ଏହାକୁ ଶିବରାଜ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍‌ କରିଛନ୍ତି। ଜମି ଚାଷ କରିବା ତାଙ୍କୁ ବେଶ୍‌ ଆନନ୍ଦ ଦେଇଥିବା ଶିରାଜ ସିଂ କହିଛନ୍ତି। ମାତା ଲକ୍ଷ୍ମୀ ରାଜ୍ୟବାସୀଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତୁ ବୋଲି ସେ କାମନା କରିଛନ୍ତି।

Share