Posted inଜାତୀୟ

ଇମୋଶନାଲ କାର୍ଡ ଖେଳିଲେ ନୀତୀଶ: ବିରୋଧି କହିଲେ ଅବସର ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ

ପାଟନା,୬ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇ ଗଲାଣି । ଆଉ ଏହାରି ଭିତରେ ପୁଣିଥରେ ରାଜନୀତି ହୋଇଛି ସରଗରମ । ବିହାର ମୁଖ୍ୟମନ୍ତୀ ନୀତୀଶ କୁମାର ଶେଷ ଦିନରେ ଇମୋଶନାଲ କାର୍ଡ ଖେଳିଥିବା କୁହାଯାଉଛି । ସେ ତାଙ୍କର ଶେଷ ନିର୍ବାଚନ ପ୍ରଚାର ରାଲିରେ ଭୋଟରଙ୍କୁ କହିଛନ୍ତି ଏହା ହେଉଛି ତାଙ୍କର ଶେଷ ନିର୍ବାଚନ ଆଉ ଶେଷ ଯଦି ଭଲ ହୁଏ ତେବେ ସବୁ ଭଲ ହେବ । ଏହାସହ ସେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ବି ମାଗିଛନ୍ତି । ଏହା ଜାଣିବା ପରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଅଧ୍ୟକ୍ଷ ଚିରାଗ ପାଶୱ।।ନ କହିଛନ୍ତି, ଯିଏ ୫ ବର୍ଷର ହିସାବ ଦେଇ ପାରିଲେନି ଆଉ ଏବେ କହୁଛନ୍ତି ଆଗକୁ ମଧ୍ୟ ହିସାବ ଦେଇପାରିବେନି । ଏହାସହ ଯିଏ ପଡିଆ ଛାଡି ପଳାଇଲେଣି ତାଙ୍କ ଉପରେ କିଏବା ବିଶ୍ୱାସ କରିବ । ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍ ଜେଡି) ନେତା ତେଜସ୍ୱୀ ଯାଦବ କହିଛନ୍ତି ନୀତୀଶ ଥକି ପଡିଲେଣି । ତେଣୁ ସେ ଆଉ ଲୋକଙ୍କ ଭରସାଯୋଗ୍ୟ ହୋଇ ନାହାନ୍ତି । ସେପଟେ ବିରୋଧି କଂଗ୍ରେସ ବି ଏ କ୍ଷେତ୍ରରେ ପଛଘୁଞ୍ଚା ଦେଇନାହିଁ । କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି, ନୀତୀଶଙ୍କ ଏହି ଇମୋଶନାଲ କାର୍ଡ ଆଉ କାମ ଦେବନି । କାରଣ ଏମିତି କହି ସେ ନିଜର ଅବସର ସ୍ୱୀକାର କରିସାରିଛନ୍ତି । ତୃତିୟ ପର୍ଯ୍ୟାୟ ନିର୍ବାଚନ ନ ଆସୁଣୁ ନୀତୀଶ କହି ସାରିଲେଣି ଏହା ତାଙ୍କର ଶେଷ ନିର୍ବାଚନ । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ଦେଶବ୍ୟାପି ‘ମୌନବ୍ରତ’

ନୂଆଦିଲ୍ଲୀ,୧୧ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ଦାବି କରି ସୋମବାର...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କିଏ ଲେଖନ୍ତି ଜାଣନ୍ତି କି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶକ୍ତିଶାଳୀ ତଥା ଆକର୍ଷଣୀୟ ଭାଷଣ ପାଇଁ ଜଣାଶୁଣା। ‘ମନ କି ବାତ’ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ...

ଭାରତରେ ଅନୁପ୍ରବେଶ କରିବେ ୨୭୫ ଆତଙ୍କବାଦୀ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଧୀରେଧୀରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଥିବା ୭ଟି ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ ଇତିମଧ୍ୟରେ ସକ୍ରିୟ ହୋଇଥିବା...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ...

ପାକିସ୍ତାନକୁ ଭାରତର କଡ଼ା ଜବାବ: ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୦।୨: ,୧୦।୨: କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ଜବାବ ତଲବ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର...

ଜାମିନ ପାଇଁ ହାଇକୋର୍ଟ ଗଲେ ବାର୍‌ବରା ରାଓ

ମୁମ୍ବାଇ,୧୪ା୭: ଏଲ୍‌ଗାର ପରିଷଦ ମାମଲାରେ ଟାଲୋଜା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଥିବା କବି ତଥା ସାମାଜିକ କର୍ମୀ ବାର୍‌ବରା ରାଓ ଅନ୍ତରୀଣ ଜାମିନ ପାଇଁ ସୋମବାର...

ଅପରାଧୀଙ୍କ କବଳରୁ ମହିଳାଙ୍କୁ ସୁରକ୍ଷା କରିବ ଏହି ସ୍ମାର୍ଟ ଛୁରି, ଜାଣନ୍ତୁ କେମିତି

ଲକ୍ଷ୍ନୌ,୫ା୧୧: ଦିନକୁ ଦିନ ମହିଳାମାନଙ୍କ ପ୍ରତି ଯେପରି ଭାବରେ ଲୁଟ୍‌, ରାହାଜାନି ଏବଂ ବଳାତ୍କାର ଘଟଣା ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଦୁଇ...

ଲଦାଖରେ ଚାଇନାର ନୂଆ ଏୟାରବେସ୍‌

ନୂଆଦିଲ୍ଲୀ, ୧୯।୭: ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଗତବର୍ଷଠାରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବେଜିଂ ଏବେ ସୀମାରେ ଭିତ୍ତିଭୂମି ବଢ଼ାଇବା...

Advertisement
Archives

Model This Week