Categories: ଜାତୀୟ

ଜେଡିୟୁ-ଭାଜପା ମଧ୍ୟରେ ଫାଟ ସୃଷ୍ଟି: ଦିଲ୍ଲୀ ବୈଠକରେ ଯୋଗଦେବେନି ନୀତିଶ

ପାଟନା,୨୯।୪: ଜେଡିୟୁ ଓ ଭାଜପା ମଧ୍ୟରେ ବର୍ତ୍ତମାନ ଫାଟ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। କାରଣ ଶନିବାର ଦିଲ୍ଲୀରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଡକାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନୀତିଶଙ୍କ ବଦଳରେ ତାଙ୍କ ଆଇନ ମନ୍ତ୍ରୀ ଏହି ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ସାମିଲ ହେବାକୁ ନୀତିଶ କୁମାରଙ୍କ ମନା କରିବା ଦଳ ମେଣ୍ଟ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଏକ ସଙ୍କେତକୁ ଦର୍ଶାଉଛି। ସହଯୋଗୀ ଭାଜପାଙ୍କ ଆଭିମୁଖ୍ୟରେ ସେ ଅସନ୍ତୋଷ ପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଛି। କାରଣ ଅନେକ ସମୟରେ ବିଭିନ୍ନ ଭାଜପା ନେତା ଜେଡିୟୁ ବଦଳରେ ‘ଭାଜପା ମୁଖ୍ୟମନ୍ତ୍ରୀ’ କରିବାକୁ ପରାମର୍ଶ ଦେଇଛନ୍ତି। ନୀତିଶଙ୍କୁ ତାଙ୍କ ପଦରୁ ହଟାଇ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଭାଜପା ଦାବି କରିଆସୁଛି। ବର୍ତ୍ତମାନ ଏହି ସ୍ବର ଦିଲ୍ଲୀରେ ପହଞ୍ଚିଛି। ଏହି ସମୟରେ ନୀତିଶ କୁମାର ତାଙ୍କ ଉପସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟପଟେ ଅଧିକାରୀଙ୍କ ସୂଚନା ଅନୁସାରେ ଇଥାନଲ କାରଖାନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁରନିଆ ଅଭିମୁଖେ ଯାତ୍ରା କରୁଥିବାରୁ ଏହି ବୈଠକରେ ସାମିଲ ହୋଇପାରିବେନି ବୋଲି କୁହାଯାଇଛି।

 

Share