Categories: ଜାତୀୟ

ଜାତି ଭିତ୍ତିକ ଜନଗଣନା ଥରେ ହେବା ଆବଶ୍ୟକ: ନୀତୀଶ କୁମାର

ପାଟନା,୨୪ ।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ପୁଣିଥରେ ଜାତି ଭିତ୍ତିକ ଜନଗଣନାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାତି ଆଧାରିତ ଜନ ଗଣନା ସମ୍ପର୍କରେ ଆମେ ପ୍ରଥମରୁ ଫେବୃୟାରୀ ୨୦୨୦ ଓ ୨୦୨୧ରେ ସଂସଦରେ ଆମର ବିଚାର ଉପସ୍ଥାପନ କରିଥିଲୁ । ଜାତି ଭିତ୍ତିକ ଜନଗଣନା ଅତିକମରେ ଥରେ ହେବା ଆବଶ୍ୟକ । ଏହାଦ୍ୱାରା ଲୋକମାନଙ୍କୁ ବିଭିନ୍ନ ଯୋଜନାର ଲାଭ ମିଳିପାରିବ । ଯଦି ଆମକୁ ସବୁ ସଂଖ୍ୟା ଠିକ୍ ଭାବେ ଜଣା ଥାଆନ୍ତା ତା’ହେଲେ ଆମେ ଭଲଭାବେ କାମ କରିପାରି ଥାଆନ୍ତେ । ସବୁ ବର୍ଗର ବିକାଶ ଚାହୁଁଥିଲେ ଜାତି ଭିତ୍ତିକ ଜନଗଣନା ନିଆହି ଆବଶ୍ୟକ ବୋଲି ସେ କହିଛନ୍ତି । ପୂର୍ବରୁ ଲାଲୁ ପ୍ରସାଦ ଯାଦବ ବି ଏହା କହି ଆସିଥିଲେ ବୋଲି ନୀତୀଶ କହିଛନ୍ତି । ସୂଚନାଯୋଗ୍ୟ, ନୀତୀଶ କୁମାର ଜାତି ଭିତ୍ତିକ ଜନଗଣନାର ସମର୍ଥନ କରିଥିଲେ । ହେଲେ ସଂସଦରେ ମୌସୁମୀ ଅଧିବଶନ ଚାଲିଥିବା ବେଳେ ସରକାର ସ୍ପଷ୍ଟ କରି ଦେଇଛନ୍ତି କି ୨୦୨୧ ଜନଗଣନା ଜାତି ଭିତ୍ତିକ ହେବ ନାହିଁ ।

Share