Categories: ଜାତୀୟ

ରାହୁଲଙ୍କୁ ଭେଟିଲେ ନୀତୀଶ: ୫୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ପ୍ରାୟ ୫୦ମିନିଟ ଧରି ଚାଲିଥିଲା। ବିହାରରେ କଂଗ୍ରେସ ସମର୍ଥିତ ମେଣ୍ଟ ସରକାର ଗଠନ ହେବା ପରେ ନୀତୀଶ ଏବଂ ରାହୁଲଙ୍କ ଏହା ପ୍ରଥମ ବୈଠକ। ଅନ୍ୟପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଗଣମାଧ୍ୟମ ସମ୍ମୁଖରେ କିଛି କହି ନ ଥିଲେ। ବିହାରରେ ନୂତନ ସରକାର ଗଠନ ହେବା ପରେ ରାହୁଲ ଗାନ୍ଧୀ ନୀତୀଶ କୁମାରଙ୍କୁ ଫୋନରେ ଅଭିନନ୍ଦନ ଜଣାଇଥିଲେ। ଏହି ବୈଠକ ଏଭଳି ସମୟରେ ହୋଇଛି ଯେତେବେଳେ ରବିବାର ରାହୁଲ ବିରୋଧୀ ଏକଜୁଟ ହୋଇ ଭାଜପାକୁ ପରାସ୍ତ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟପଟେ ଶାସନ ପରିବର୍ତ୍ତନ ପରେ ନୀତୀଶ ମଧ୍ୟ ଏକତାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

 

Share