Categories: ଜାତୀୟ

ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ, ‘ମିଶନ ୨୪’କୁ ନେଇ ମୁଖ୍ୟମନ୍ତ୍ରୀ କହିଲେ- ‘ସମସ୍ତଙ୍କ ସହମତି…’

ମୁମ୍ବାଇ,୧୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତାକୁ ନେଇ ଗୁରୁବାର ମୁମ୍ବାଇ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଶିବସେନା ୟୁବିଟି ମୁଖ୍ୟ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ବି ଭେଟିଛନ୍ତି ନୀତୀଶ।

ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଯାହା କରୁଛି ତାହା ଦେଶର ହିତ ପାଇଁ ନୁହେଁ। ସେଥିପାଇଁ ଆମେ ଚାହୁଁଛୁ ସମସ୍ତ ବିରୋଧୀ ଦଳ ଏକାଠି ହୁଅନ୍ତୁ, ଏଥିପାଇଁ ଆମେ ଆଜି କଥା ହୋଇଛୁ ଓ ସମସ୍ତ ଦଳ ସହ ଆଲୋଚନା ହୋଇଛି, ସମସ୍ତଙ୍କ ସହମତି ରହିଛି। ଆମେ ସବୁ ଏକାଠି ବସି ନିର୍ଣ୍ଣୟ ନେବୁ। ଆଜି ବେଶ ଭଲ ଆଲୋଚନା ହୋଇଛି ଏବେ ଦେଶର ହିତ ପାଇଁ ସବୁକିଛି ହେବାକୁ ଯାଉଛି।

Share