୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ପାଇଁ ଆସନ୍ତା ସପ୍ତାହରେ ୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ରହିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ଡାକ୍ତରମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ଏହାକୁ ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ମଞ୍ଜୁରପ୍ରାପ୍ତ ୧୫ ହଜାର ୪୭୪ ମୂଳ ଡାକ୍ତର ପଦବୀ ରହିଛି। ଏଥିମଧ୍ୟରୁ ୧୧ ହଜାର ୧୧୧ ଡାକ୍ତର ଏବେ ନିଯୁକ୍ତ ଅଛନ୍ତି। ତେଣୁ ରାଜ୍ୟରେ ୪ ହଜାର ୩୬୩ ଡାକ୍ତର ପଦବୀ ଖାଲି ରହିଥିବାବେଳେ ବିଧାନସଭା ପୂର୍ୱରୁ ବିଭାଗ ପକ୍ଷରୁ ୮୨୨ ପଦରେ ନିଯୁକ୍ତି ଦିଆଯିବାକୁ ଲକ୍ଷ୍ୟ ରହିଛି। ଇତିମଧ୍ୟରେ ରାଜ୍ୟରେ ୯ ହଜାର ୮୪୩ ନିୟମିତ ଡାକ୍ତର ରହିଛନ୍ତି। ଏହାବାଦ୍‌ ୧,୧୩୫ ଜଣ ଠିକା ଡାକ୍ତର ରହିଥିବାବେଳେ ୧୧୦ ଜଣ ଡିଏମ୍‌ଏଫ୍‌ ଅଧୀନରେ ନିଯୁକ୍ତ ହୋଇଛନ୍ତି। ଏହାସହିତ ୪ ଜଣ କର୍ପୋରେଶନ ଏବଂ ୧୯ ଜଣ ଅନ୍ୟାନ୍ୟ ଉତ୍ସ ଜରିଆରେ ନିଯୁକ୍ତ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୭୨୧ ଜଣ ଡାକ୍ତର ଦୀର୍ଘବର୍ଷ ଧରି ସରକାରଙ୍କୁ ଧରାଛୁଆଁ ଦେଉନାହାନ୍ତି। ସେମାନଙ୍କ ମଧ୍ୟରୁ ୧୨୮ ଡାକ୍ତରଙ୍କ ବିରୋଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ସୁଦ୍ଧା ୬୦ ଜଣଙ୍କ ବିରୋଧରେ ପ୍ରୋସିଡିଂ ଆରମ୍ଭ ହୋଇସାରିଲାଣି। ଅବଶିଷ୍ଟ ଡାକ୍ତରଙ୍କ ନଥି ଏବେ ଅନୁସନ୍ଧାନ ପ୍ରକ୍ରିୟା ଭିତରେ ରହିଛି। ସରକାରୀ ଚାକିରିରେ ଥାଇ ମଧ୍ୟ ୧ରୁ ୫ ବର୍ଷ ଧରି ଶତାଧିକ ଡାକ୍ତର କାହିଁକି ନିଜ କର୍ମସ୍ଥଳରେ ଯୋଗଦେଉନାହାନ୍ତି ତାହାକୁ ନେଇ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ସରକାର ନିୟମକୁ ଅଧିକ କଡ଼ାକଡ଼ି କରିବା ଦିଗରେ ବିଭାଗ ବିଚାର କରୁଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ସଚିବ ଗୌରହରି ବେହେରା କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ୫,୨୦୦ ଡାକ୍ତରଙ୍କ ଇଣ୍ଡେଣ୍ଟ ଦିଆଯାଇଥିଲା। ସେଥିରୁ ସେମାନେ ଏଥର ୮୨୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ଡାକ୍ତରଙ୍କ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ପାଇଁ ସରକାର ଅହରହ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ଏବେ ୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ରହିଛି। ଏହାଦ୍ୱାରା ଗ୍ରାମାଞ୍ଚଳ ରୋଗୀସେବାରେ ଉନ୍ନତି ଆସିବା ସହ ଲୋକେ ହାତପାଆନ୍ତାରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ନୂତନ ମେଡିକାଲ କଲେଜ ଖୋଲିବା ଉପରେ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏବେ ୧,୯୦୦ ଡାକ୍ତର ସୃଷ୍ଟି ହେଉଥିବାବେଳେ ପ୍ରତିବର୍ଷ ପ୍ରାୟ ୧୫୦ ଡାକ୍ତର ସିଟ୍‌ ଆଣିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଆଗାମୀ କିଛିବର୍ଷ ମଧ୍ୟରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?