ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୁଲି ନାହାଁନ୍ତି ପାପ ନାସିନି ବୈତରଣୀକୁ

ପାଟଣା,୧୩।୧(ବୀର କିଶୋର ଦାଶ): ମଙ୍ଗଳ ବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇବେ। ଏହାପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କାର୍ଯ୍ୟକ୍ରମ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ଏହି ବ୍ଲକ୍ ଚାକୁଣ୍ଡା ପାଳ ପଞ୍ଚାୟତ ଶ୍ୟାମ ସୁନ୍ଦରପୁର ଗ୍ରାମର ବରିଷ୍ଠ ଭାଜପା ନେତା ତଥା କେନ୍ଦୁଝର ଏମ ପି ଅନନ୍ତ ନାୟକଙ୍କ ଜିଲାପାଳ ପ୍ରତିନିଧି ହରି ମହାନ୍ତଙ୍କ ଘରେ ଜଳଖିଆ କରି କେନ୍ଦୁଝରକୁ ସଡକ ପଥରେ ଗସ୍ତ କାର୍ଯ୍ୟକ୍ରମ ରହିଛି।

ସୂଚନା ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୨୦୨୨ମସିହା ରେ ସଦର ବିଧାୟକ ଥିବା ବେଳେ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀର ଅନୁସୟା ଘାଟରେ ବୁଡ ପକାଇଥିଲେ। ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ଵିତୀୟ ଗଙ୍ଗା ପାଟଣା ବୈତରଣୀ ନଦୀରେ ବୁଡ ପକାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୂଲି ବୈତରଣୀରେ ବୁଡ ପକାଇବା ନିଷ୍ପତିକୁ ପାଟଣା ଅଞ୍ଚଳର ବୁଦ୍ଧିଜିଵୀ ମାନେ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଅଞ୍ଚଳରେ ଆନନ୍ଦ ଖେଳି ଯାଇଛି। ଏନେଇ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ତାଙ୍କ ପ୍ରତିକ୍ରିୟା ରେ ମୁଖ୍ୟ ମନ୍ତ୍ରୀ ହେବା ପରେ ପାଟଣାକୁ ଏହା ତାଙ୍କର ପ୍ରଥମ ଗସ୍ତ।

ତାଙ୍କୁ ପାଟଣା ମାଟିରେ ଭବ୍ୟ ସ୍ଵାଗତ କରାଯିବ। ସ୍ଥାନୀୟ ସାମାଜିକ କର୍ମୀ ଯୁଗୋଳ କିଶୋର ଦାଶ କହିଛନ୍ତି ଏଭଳି ତ ସଦର ବିଧାୟକ ଥିବା ବେଳେ ପ୍ରତିବର୍ଷ ମକର ରେ ସେ ବୁଡ ପକାଇବାକୁ ସେ ପାଟଣା ବୈତରଣୀ ନଦୀକୁ ଆସନ୍ତି। ଏଥର ତଫାତ କେବଳ ହେଉଛି ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ପରମ୍ପରା ସଂସ୍କୃତିକୁ ଭୁଲି ନାହାଁନ୍ତି । ଏଥର ବି ଚିରାଚରିତ ଭାବେ ସବୁବର୍ଷ ଭଳି ମକର ବୁଡ ବୈତରଣୀରେ ସେ ପକାଉଛନ୍ତି।

ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲ କର ଦାଗୁଡୁ, ଉପଜିଲା ପାଳ ଉମାଶଙ୍କର ଦଳେଇ,ପାଟଣା ତହସିଲ ଦାର ଲୀଳାବତୀ ନାୟକ, ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା, ଘଟଗାଁ ଏସ ଡି ପି ଓ ପ୍ରଭାତ କୁମାର ତ୍ରିପାଠୀ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପ୍ରମୁଖ ବୈତରଣୀ ନଦୀ ଅନୁସୟା ଘାଟ ଓ ୨ଶିବ ମନ୍ଦିର ପରିଦର୍ଶନ କରି ଛନ୍ତି।ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇବାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ପାଇଁ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଉଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ବୈତରଣୀ ନଦୀକୂଳରେ ପହଞ୍ଚି ସମସ୍ତ ବ୍ୟବସ୍ଥାର ନିଜେ ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?