Categories: ଜାତୀୟ

ସୋନାଲି ଫୋଗାଟଙ୍କ ପରିବାର ପକ୍ଷରୁ ଲିଖିତ ଦାବି ମିଳିଲେ ହେବ ସିବିଆଇ ଯାଞ୍ଚ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମତ୍ୟୁ ମାମଲା ଏବେ ନୂଆ ମୋଡ ନେବାକୁ ଯାଉଛି । ପ୍ରଥମେ ଏହା ହୃଦଘାତ ଜନିତ ମୃତ୍ୟୁ କୁହାଯାଉଥିବା ବେଳେ ଏବେ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଗଲାଣି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସୋନାଲିଙ୍କ ଶରୀରରେ କିଛି ଆଘାତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ଭାଇ ଦାବି କରିଛନ୍ତି । ସୋନାଲିଙ୍କ ପରିବାର ପକ୍ଷରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ୪୨ ବର୍ଷିୟା ସୋନାଲିଙ୍କର ମୃତ୍ୟୁ ହେଲା ତାହା ଏବେ ଜଟିଳ ହେବାରେ ଲାଗିଛି । ପରିବାର ପକ୍ଷରୁ ଯେଉଁସବୁ ଦାବି କରାଯାଉଛି ତାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଏହାର ଲିଖିତ ଦାବି ଆବଶ୍ୟକ । ଯଦି ସୋନାଲିଙ୍କ ପରିବାର ପକ୍ଷରୁ ତାଙ୍କ ମୃତ୍ୟୁର ଯାଞ୍ଚ ପାଇଁ ଲିଖିତ ଦାବି କରାଯାଏ ତେବେ ଏହାକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଗୁରୁବାର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ୪୨ ବର୍ଷିୟା ଫୋଗାଟଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଦଣ୍ଡ ସଂହିତାର ୩୦୨(ହତ୍ୟା) ଧାରା ଯୋଡି ଦିଆଯାଇଛି । ଏହି ମାମଲାରେ ସୁଧିର ସଂଗୱାନ ଓ ସୁଖବିନ୍ଦର ୱାସିଙ୍କୁ ଅଭିଯୁକ୍ତ ବୋଲି କୁହାଯାଉଛି । କାରଣ ଅଗଷ୍ଟ ୨୨ରେ ସୋନାଲି ଯେତେବେଳେ ଗୋଆ ପହଞ୍ଚିଥିଲେ ସେତେବେଳେ ଏମାନେ ସୋନାଲିଙ୍କ ସହ ଥିଲେ ।

Share