Categories: ଜାତୀୟ

ପୁଣି କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କଲେ ମମତା: କହିଲେ, ମୁଁ ଯେମିତି ତାଙ୍କ ଶ୍ରମିକ

କୋଲକତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜି ସନ୍ଧ୍ୟାରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ସମାରୋହରେ ନିମନ୍ତ୍ରଣ ପତ୍ରକୁ ନେଇ ମମତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତକାଲି ସନ୍ଧ୍ୟାରେ ଜଣେ ଅଣ୍ଡର ସେକ୍ରେଟାରୀଙ୍କ ଚିଠି ଆସିଥିଲା। ଆସନ୍ତାକାଲି ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏଠାରେ ଉପସ୍ଥିତ ରହିବାକୁ ପଡିବ ବୋଲି ଚିଠିରେ ଲେଖା ଥିଲା। ସତେ ଯେପରି ମୁଁ ତାଙ୍କର ଶ୍ରମିକ। ଏହି କାରଣରୁ ଗୁରୁବାର ଅପରାହ୍ଣରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ସମ୍ମାନ ଜଣାଇଛି ବୋଲି ସେ କହିଛନ୍ତି।
ସେହିପରି ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ମଧ୍ୟ ମମତା ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ରେ ଆମେ ପଶ୍ଚିମବଙ୍ଗରୁ ଏକ ଖେଳ ଆରମ୍ଭ କରିବୁ। ହେମନ୍ତ ସୋରେନ, ଅଖିଳେଶ ଯାଦବ, ନୀତୀଶ କୁମାର, ମୁଁ ଏବଂ ଅନ୍ୟ ସହଯୋଗୀମାନେ ଏକଜୁଟ ହେବୁ। ଆମେ ଏକଜୁଟ ହେଲେ ଭାଜପା ସରକାର ଗଠନ କରିପାରିବ ନାହିଁ ବୋଲି ମମତା କହିଛନ୍ତି।

Share