Categories: ଜାତୀୟ

ଭାଜପା ଶାସନ ହିଟ୍‌ଲର, ଷ୍ଟାଲିନ୍‌ଙ୍କଠାରୁ ଖରାପ

କୋଲକାତା,୨୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ସରକାର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହାୟତାରେ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ଆଡଲଫ୍‌ ହିଟ୍‌ଲର, ଜୋସେଫ ଷ୍ଟାଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଶାସନଠାରୁ ଭାଜପା ଶାସନ ଖରାପ ବୋଲି ମମତା କହିଛନ୍ତି। ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ବୟଂଶାସିତ କରିବା ଲାଗି ସେ ଏକ ଖବରଦାତା ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାର ଶନିବାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଯଥାକ୍ରମେ ୮ ଟଙ୍କା ଓ ୬ ଟଙ୍କା ହ୍ରାସ କରିଥିବାବେଳେ ମମତା ଏହାକୁ ସମାଲୋଚନା କରିଛନ୍ତି। ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌ ଉପଭୋକ୍ତାଙ୍କ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବ୍‌ସିଡି ଘୋଷଣା କରାଯାଇଛି। ଏହା କେନ୍ଦ୍ର ସରକାରଙ୍କ ଏକ ନିର୍ବାଚନୀ ଷ୍ଟଣ୍ଟ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅଳ୍ପ କେତେଜଣ ଏଥିରୁ ଉପକୃତ ହେବେ। ଗରିବ ଲୋକେ ୮୦୦ ଟଙ୍କାରେ କିପରି ଏଲ୍‌ପିଜି କିଣିବେ ବୋଲି ମମତା ପ୍ରଶ୍ନ କରିଛନ୍ତି।

Share