Categories: ଜାତୀୟ

‘ମୁଁ ଇସ୍ତଫା ଦେବି ଯଦି…’, ଟିଏମସିର ରାଷ୍ଟ୍ରୀୟ ଦଳର ମାନ୍ୟତା ଯିବା ପରେ ଅମିତ ଶାହାଙ୍କୁ ଫୋନ କରିଥିଲେ ମମତା ବାନାର୍ଜୀ?

କୋଲକାତା,୧୯।୪: ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ଦଳ ମାନ୍ୟତା ଯିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରିଥିବା ନେଇ ଆଲୋଚନା ହେଉଛି। ଏବେ ଏହାକୁ ନେଇ ମମତା ବାନାର୍ଜୀ ବୟାନ ଦେଇଛନ୍ତି।

ମମତା ବାନାର୍ଜୀ ବୁଧବାର କହିଛନ୍ତି, ଟିଏମସିକୁ ରାଷ୍ଟ୍ରୀୟ ଦଳର ମାନ୍ୟତା ଦେବାକୁ ନେଇ ସେ ଯଦି ଅମିତ ଶାହାଙ୍କୁ ଫୋନ କରିଥିବା କଥା ସତ ପ୍ରମାଣିତ ହେଲା ତେବେ ସେ ଇସ୍ତଫା ଦେବେ।
ସେ କହିଛନ୍ତି ଏମିତି କୁହାଯାଉଛି କି ଟିଏମସିର ରାଷ୍ଟ୍ରୀୟ ଦଳର ମାନ୍ୟତା ଯିବା ପରେ ମମତା ବାନାର୍ଜୀ ଅମିତ ଶାହାଙ୍କୁ ୪ ଥର ଫୋନ କରିଛନ୍ତି। ଏସବୁ ମିଛ କଥା କହୁଥିବା ଲୋକଙ୍କ ବିରୋଧରେ ଆମେ ମାମଲା କରିବୁ। ଯେଉଁମାନେ ଏଭଳି କଥା ପ୍ରଚାର କରୁଛନ୍ତି ସେମାନଙ୍କୁ ଆମେ କ୍ଷମା ମଗାଇକି ରହିବୁ। ମୁଁ ଭାରତର ରାଜନୀତିକୁ ଭଲଭାବେ ବୁଝିଛି। ଆମର ୪ ବିଧାୟକଙ୍କୁ ଗିରଫ କରି ରଖାଯାଇଛି।

Share