Categories: ଜାତୀୟ

ପଶ୍ଚିମବଙ୍ଗ କ୍ୟାବିନେଟରେ ହେବ ଅଦଳ ବଦଳ, ୩-୪ ନୂଆ ଚେହେରାଙ୍କୁ ଦିଆଯିବ ସ୍ଥାନ

କୋଲକାତା,୧ ।୮: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭୟ ଦଳରୁ ଓ କ୍ୟାବିନେଟରୁ ବାହାର କରି ଦେଇଥିଲେ । ଏହାପରେ ଅନୁମାନ କରାଯାଉଥିଲା କି ମମତାଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ସରକାର ସୋମବାର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିପାରନ୍ତି । ହେଲେ ସେମିତି କିଛି ଘଟଣା ଘଟିଲା ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖବରଦାତା ସମ୍ମିଳନୀ ଡକାଇ ବୁଧବାର ତାଙ୍କ କ୍ୟାବିନେଟରେ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଛନ୍ତି ।

ମମତା କହିଛନ୍ତି ପାର୍ଥ ଜେଲରେ, ସୁବ୍ରତ ଦା, ସାଧନ ଦାଙ୍କ ମୃତ୍ୟୁ ହୋଇଗଲା, ଏମିତି ପାର୍ଥଙ୍କ ମନ୍ତ୍ରଣାଳୟ ମୋ ହାତରେ, ମୁଁ ଏକେଲା କେତେ ବିଭାଗ ସମ୍ଭାଳିବି । ଏବେ ଅନେକ ବିଭାଗ ଖାଲି ପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ୪-୫ ମନ୍ତ୍ରୀଙ୍କୁ ଦଳର କାମରେ ଲାଗାଇବି ଓ ୩-୪ ନୂଆ ମୁହଁଙ୍କୁ ଆଣିବି । ବୁଧବାର କ୍ୟାବିନେଟ ଅଦଳବଦଳ କରାଯିବ । ଏହା ବ୍ୟତୀତ ଖବରଦାତା ସମ୍ମିଳନୀରେ ମମତା ରାଜ୍ୟର ୭ ନୂଆ ଜିଲାର ଘୋଷଣା କରିଛନ୍ତି ।

Share