Categories: ଜାତୀୟ

ବାବରି ମସଜିଦ ନୁହେଁ, ଆମକୁ ଦରକାର ରାମ ଜନ୍ମଭୂମି: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪ ।୩: ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କର୍ନାଟକରେ କନକଗିରିରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଶାସନ କ୍ଷମତା ଦେବାକୁ ଅପିଲ କରି କହିଛନ୍ତି, ଆମକୁ ଏବେ ବାବରି ମସଜିଦ ନୁହେଁ, ରାମ ଜନ୍ମଭୂମି ଦରକାର । ଆମକୁ ଭାଜପାକୁ ଶାସନ କ୍ଷମତାକୁ ଆଣିବା ଦରକାର । ଭାଜପା ନେତା ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ମଧ୍ୟ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ରାହୁଲ ଗାନ୍ଧୀ କେବେବି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ହିମନ୍ତ ବିଶ୍ୱ ସରମା ସୋମବାର କର୍ନାଟକରେ ଭାଜପାର ବିଜୟ ସଂକଳ୍ପ ଯାତ୍ରା ସମୟରେ କନକଗିରିରେ ଏହା କହିଛନ୍ତି ।
ସେ ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ରାହୁଲ ଲଣ୍ଡନରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି, ହେଲେ ମୁଁ ତାଙ୍କୁ କହୁଛି ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଆପଣ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।

Share