Categories: ଜାତୀୟ

ରମଣ ସିଂଙ୍କ ପ୍ରଶ୍ନର ଉତ୍ତର ଦେଲେ ବଘେଲ

ରାୟପୁର,୨ ।୧୦: ଛତିଶଗଡ଼ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ସେ କହିଛନ୍ତି ଛତିଶଗଡ଼ କେବେ ପଞ୍ଜାବ ହେବ ନାହିଁ । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ରମଣ ସିଙ୍କ ବୟାନ ପରେ ବଘେଲ ଏମିତି କହିଛନ୍ତି । ବଘେଲ କହିଛନ୍ତି ଛତିଶଗଡ଼ କେବେ ପଞ୍ଜାବ ହେବ ନାହିଁ । ତେବେ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଘେଲ କହିଛନ୍ତି ସେମାନେ ତାଙ୍କ ନିଜ କାମରେ ଦିଲ୍ଲୀ ଯାଇଛନ୍ତି । ସେମାନେ କେଉଁଠିକି ବି ଯିବାକୁ ସେମାନଙ୍କର ସ୍ୱାଧିନତା ରହିଛି । ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବୋଲି ବଘେଲ କହିଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସର ବିବାଦ ତୁଟି ନ ଥିବା ବେଳେ ଏବେ ଛତିଶଗଡ଼ ପୁଣି ଅଡୁଆ ଭିତକୁ ପଶି ଆସୁଥିବା ଭଳି ମନେ ହେଲାଣି ।

Share