Categories: ଜାତୀୟ

ଦିଲ୍ଲୀ ଯିବେ ବୋମାଇ: ୨୦୨୩ ବିଧାନସଭା ନିର୍ବାଚନ ନେଇ କରିବେ ଆଲୋଚନା

ବେଙ୍ଗାଲୁରୁ,୨୬।୧୨: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୋମବାର ଦିଲ୍ଲୀ ଗସ୍ତରେ ଆସି ଭାଜପା ଜାତୀୟ ନେତୃତ୍ୱ ସହ ୨୦୨୩ ବିଧାନସଭା ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ମୁଁ ଆଜି ଅପରାହ୍ନରେ ଦିଲ୍ଲୀ ଯାଉଛି, ଗତଥର ଯେତେବେଳେ ମୁଁ ଦିଲ୍ଲୀ ଯାଇଥିଲି କିଛି ଆଲୋଚନା ଅସମ୍ପୂର୍ଣ୍ଣ ରହିଥିଲା। ଯାହାକୁ ନେଇ ଆଜି ଏକ ବୈଠକ ସ୍ଥିର ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବୈଠକ ଡାକିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ନିର୍ବାଚନ ପ୍ରସ୍ତୁତି ଠାରୁ ଆରମ୍ଭ କରି କ୍ୟାବିନେଟ ବିସ୍ତାର ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏଥିସହ ରାଜ୍ୟ ସହ ଜଡିତ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share