Categories: ଜାତୀୟ

ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍‌ଲାଣ୍ଡ ଫାଇଲ୍‌

ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍‌ଲାଣ୍ଡ ଫାଇଲ୍‌
ନୂଆଦିଲ୍ଲୀ,୨।୨: ତାଲିମ ପାଇଁ ଶିକ୍ଷକମାନଙ୍କୁ ଫିନ୍‌ଲାଣ୍ଡ ପଠାଇବାକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଖବରଦାତା ସମ୍ମିଳନୀ କରି ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ଘୃଣ୍ୟ ରାଜନୀତି ଚାଲିଛି। ଏଥିଯୋଗୁ ଶିକ୍ଷକଙ୍କୁ ତାଲିମ ପାଇଁ ଫିନଲାଣ୍ଡକୁ ପଠାଇବାକୁ ରୋକାଯାଉଛି। ଗତ କିଛି ଦିନରୁ ଏସର୍ମ୍ପକିତ ଫାଇଲ ଉପରାଜ୍ୟପାଳଙ୍କ ଅଫିସରେ ପଡ଼ିରହିଛି ଏବଂ ଏହାକୁ ଅନୁମୋଦନ କରାଯାଉନାହିଁ। ଏଭଳି ପରିସ୍ଥିତିରେ ମାର୍ଚ୍ଚରେ ହେବାକୁ ଥିବା ତାଲିମକୁ ପୁଣି ଥରେ ବାତିଲ କରିବାକୁ ପଡ଼ିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ଗୋଟିଏ ପଟେ ଦିଲ୍ଲୀକୁ ଅନୁସରଣ କରି ଅନ୍ୟ ରାଜ୍ୟଗୁଡ଼ିକ ସେମାନଙ୍କ ଶିକ୍ଷକଙ୍କୁ ତାଲିମ ପାଇଁ ବିଦେଶ ପଠାଉଛନ୍ତି। ଅନ୍ୟପଟେ ଘୃଣ୍ୟ ରାଜନୀତି ପାଇଁ ଦିଲ୍ଲୀ ସରକାର ନିଜ ଶିକ୍ଷକଙ୍କୁ ବିଦେଶ ପଠାଇପାରୁନାହାନ୍ତି। ଡିସେମ୍ବର ଶିକ୍ଷକଙ୍କ ଯିବାର ଥିଲା ତାହା ବାତିଲ ହୋଇଥିଲା ବର୍ତ୍ତମାନ ମାର୍ଚ୍ଚରେ ଯିବାର ଥିବା ବେଳେ ତାଙ୍କ ପାଇଲ୍‌ ପାସ୍‌ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ କହିଛନ୍ତି।

Share