Categories: ଜାତୀୟ

‘ତୁମଦ୍ୱାରା ହେବ ନାହିଁ, ଆମେ କରିଦେଖାଇବୁ’

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ(ଏମ୍‌ସିଡି ନିର୍ବାଚନ)କୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ଭାବେ ଶାସକ ଆମ୍‌ ଆଦମୀ ପାର୍ଟି(ଏଏପି) ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ତେହେଖଣ୍ଡରେ ବର୍ଜ୍ୟବସ୍ତୁ-ଶକ୍ତି କାରଖାନାର ଉଦଘାଟନ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଯଦି ଏମସିଡିରେ ଭାଜପା କ୍ଷମତା ପାଏ ତେବେ ସେ ଦିଲ୍ଲୀକୁ ଅଳିଆ ମୁକ୍ତ କରିବେ। ୨୦୨୫ ସୁଦ୍ଧା,୧୦୦% ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେବ। ଏହା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି, ୧୫ ବର୍ଷରେ ଯେଉଁ କାମ  କରିପାରିଲ ନାହିଁ,  ପୁଣି ଆଉ ୩ ବର୍ଷ ଦରକାର। ଲୋକ ତୁମ ଉପରେ  କାହିଁକି ଭରସା କରିବେ। ଛାଡିଦିଅ, ତୁମଦ୍ୱାରା ହେବ ନାହିଁ, ଏବେ ଆମେ ଦିଲ୍ଲୀକୁ ଆବର୍ଜନା ମୁକ୍ତ କରି ଦେଖାଇବୁ।

Share