Categories: ଜାତୀୟ

ବହୁତ ହେଲା ଘୃଣ୍ୟ ରାଜନୀତି, ଗୋଆ ଏବେ ପରିବର୍ତ୍ତନ ଚାହେଁ: କେଜରିୱାଲ

ନୂଆଦିଲ୍ଲୀ,୧୨ ।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏଥର ଆମ ଆଦମୀ ପାର୍ଟି(ଏଏପି) ଗୋଆରେ ନିର୍ବାଚନ ଲଢିବାକୁ ପସ୍ତୁତ ହେଲାଣି । ମଙ୍ଗଳବାର ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୋଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସୋମବାର ସେ କହିଛନ୍ତି ଉପକୂଳ ରାଜ୍ୟ ଗୋଆର ଘୃଣ୍ୟ ରାଜନୀତି ବହୁତ ହେଲାଣି ଏବେ ଗୋଆ ପରିବର୍ତ୍ତନ ଚାହେଁ । ବିକାଶ ଚାହେଁ । ସେଠାରେ ସବୁକିଛି ଅଛି ହେଲେ କେହି ବିଶ୍ୱସ୍ତ ନେତା ନାହାଁନ୍ତି । ହେଲେ ଭବିଷ୍ୟତରେ ଏଏପି ଏହାକୁ କରି ଦେଖାଇବ ବୋଲି କେଜରିୱାଲ କହିଛନ୍ତି । ଟୁଇଟର ମାଧ୍ୟମରେ କେଜରିୱାଲ ଗୋଆ ବିଧାନସଭାରେ ଏଏପି ଲଢିବାକୁ ପ୍ରସ୍ତୁତ ହେଉଥିବା କଥା ପରୋକ୍ଷ ଭାବେ କହିଛନ୍ତି ।

Share